
ରାଜଗଙ୍ଗପୁର: – 24 ନଭେମ୍ବର 2024 ରବିବାର ସକାଳ 9 ଘଟିକା ସମୟ ରେ ରାଜଗାଙ୍ଗପୁର ଅବସ୍ଥିତ ଡାଲମିଆ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୬ତମ ଏନସିସି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ପୌରଅଧ୍ୟକ୍ଷା ମାଧୁରୀ ଲୁଗୁନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସମାନୀତ ଅତିଥି ଭାବେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ମନୋରଂଜନ ପ୍ରଧାନ, ଡିଭିଏମ ସ୍କୁଲ ପ୍ରିନ୍ସପାଲ ଜୟଦେବ କାର ଓ ଉପନଗରପାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ଉଲେଖ୍ୟଯୋଗ୍ୟ ଯେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଏନସିସି ପ୍ରଦ୍ୱୀପକୁ ପ୍ରଜ୍ଜ୍ଵଳିତ କରି କରାଯାଇଥିଲା | ଏହି ଅବସରରେ ସର୍ବପ୍ରଥମେ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସର ରେ ନିର୍ମିତ ସହିଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା, ଏହା ପରେ ଏନସିସି କ୍ୟାଡେଟସ୍ ଙ୍କ ଦ୍ୱାରା ଏକ ବିଶାଳ ରାଲି ସ୍କୁଲ କ୍ୟାମ୍ପସରୁ ବାହାରି ସ୍ଥାନୀୟ ଡାଲମିଆ ବିଦ୍ୟାମନ୍ଦିର କ୍ୟାମ୍ପସରେ ପହଞ୍ଚି ଏକ ସଭା ର ଆୟୋଜନ କରା ଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଏନସିସି କ୍ୟାଡେଟସ ମାନଙ୍କ ଦ୍ୱାରାବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ ମାନେ ମଧ୍ୟ ହିନ୍ଦୁ, ମୁସଲିମ, ଶିଖ ଏବଂ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ଏବଂ ଏକତା ଉପରେ ନାଟକ ପରିବେଷଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାର କରା ଯାଇଥିବା ଉତ୍କକୃଷ୍ଠ ପ୍ରଦର୍ଶନ କୁ ଦେଖି ଉପସ୍ଥିତ ଅତିଥିମାନଙ୍କ ମନମୁଗ୍ଧ ହୋଇଥିଲେ | ଏହି ଅବସରରେ ଡାଲମିଆ ମହାବିଦ୍ୟାଳୟ, ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ସମେତ ୫ଟି ହାଇସ୍କୁଲର ଏନସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ମୋଟ 473 କ୍ୟାଡେଟ୍ ଭାଗ ନେଇଥିଲେ ଏବଂ ବିଭିନ୍ନ ପ୍ରକାର ଦେଶଭକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଗୀତ ଉପସ୍ଥାପନ କରିଥିଲେ।
ଏହି ଅବସର ରେ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡାଲମିଆ ମହାବିଦ୍ୟାଳୟ ର ଏନସିସି ଅଧିକାରୀ ଲେଫଟିନେଣ୍ଟ ହାମିଦ, ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଲେଫଟିନେଣ୍ଟ ସୁସ୍ମିତା ଟପ୍ପୋ, ରାଷ୍ଟ୍ରୀୟ ବିଦ୍ୟାଳୟ ର ଏନସିସି ଅଧିକାରୀ ଗିରିଶ ଚନ୍ଦ୍ର ରାଉତ, ନିର୍ମଳା ସ୍କୁଲ ଅଧିକାରୀ ଶୋଭା କିରଣ ମିଞ୍ଜ, ଡିଭିଏମ ସ୍କୁଲ ଅଧିକାରୀ ବୀରେନ୍ଦ୍ର କୁମାର ମହାତୋ, ଅରୋବିନ୍ଦୋ ସ୍କୁଲ-କେୟାର ଟେକର ଅଧିକାରୀ ମଏକେଶ ସିଂହ, ସେଣ୍ଟ ମେରି ସ୍କୁଲ ଅଧିକାରୀ ଏମରେନ୍ସିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର, ଜିଲ୍ଲା- ସୁନ୍ଦରଗଡ଼
Mob:- 9437343995