ମାର୍ଚ୍ଚ ୧୪ରୁ ଆଇପିଏଲ, କାଲିଠୁ ନିଲାମ

IPL 2025

ଆଇପିଏଲର ପରବର୍ତ୍ତୀ ୩ଟି ସଂସ୍କରଣର ତାରିଖ ଗୋଟିଏ ଥରରେ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଆଇପିଏଲ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ। ସେହିପରି ମେ’ ୨୫ରେ ‍ଫାଇନାଲ ଅନୁଷ୍ଠିତ ହେବ। ୨୦୨୬ର ଆଇପିଏଲ ସଂସ୍କରଣ ମାର୍ଚ୍ଚ ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ମେ’ ୩୧ ମଧ୍ୟରେ ଶେଷ ହେବ। ୨୦୨୭ ଆଇପିଏଲ ମାର୍ଚ୍ଚ ୧୪ରେ ଆରମ୍ଭ ହେଉଥିବା ବେଳେ ମେ’ ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଇଛି। ୩ଟି ଯାକ ସଂସ୍କରଣ ପାଇଁ ଏପରି ତାରିଖ ଅବଧିର ବ୍ୟବସ୍ଥା କରାଯାଇଛି। ଏହି ଅବଧି ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ସରିବ। “K L Rahul: ‘ମୋତେ ସ୍ବାଧୀନତା ଦରକାର’, ଏମିତି କଣ କହିଲେ କେଏଲ ରାହୁଲ ?” ଏନେଇ ଆଇପିଏଲ ଗଭର୍ଣ୍ଣିଂ ବଡି ତରଫରୁ ସବୁ ପ୍ରାଞ୍ଚାଇଜଗୁଡ଼ିକୁ ଇ-ମେଲ ଯୋଗେ ଅବଗତ କରାଯାଇଛି। ପ୍ରାରମ୍ଭିକ ଭାବେ ଆଇପିଏଲର ୩ଟି ଯାକ ସଂସ୍କରଣ ପାଇଁ ତାରିଖ ପ୍ରସ୍ତୁତ କରାଯାଇଛି। ଅତି ଜରୁରୀ ପରିସ୍ଥିତିରେ ଏହା ପରିବର୍ତ୍ତନ ମଧ୍ୟ ହୋଇପାରିବ। ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଇପିଏଲର ତାରିଖ ଘୋଷଣା ହୋଇଛି। ଏହାଦ୍ୱାରା ବିଭିନ୍ନ ଖେଳାଳିଙ୍କ ଉପଲବ୍ଧିକୁ ନେଇ ମଧ୍ୟ ପ୍ରାଞ୍ଚାଇଜଗୁଡ଼ିକ ଆଗୁଆ ସୂଚନା ପାଇପାରିବେ। ସେହି ଅନୁସାରେ ସେମାନେ ଖେଳାଳି କିଣି ନିଜ ଟିମକୁ ତିଆରି କରିପାରିବେ। ଅନ୍ୟପକ୍ଷରେ ଆଇପିଏଲ ନିଲାମରେ ସାମିଲ ହେବା ପାଇଁ ବିଳମ୍ବରେ ଆବେଦନ କରିଥିବା ଜୋଫ୍ରା ଆର୍ଚର, ଆମେରିକାର ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ଅନକ୍ୟାପଡ ମୁମ୍ବାଇ ୱିକେଟ କିପର ହାର୍ଦ୍ଦିକ ତୋମାରଙ୍କ ଉପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇ ସାରିଥିଲେ ହେଁ ଏହି ୩ କ୍ରିକେଟର ନିଲାମରେ ସାମିଲ ହୋଇପାରିବେ ବୋଲି ବିସିସିଆଇ କହିଛି।

Leave a Reply

Your email address will not be published. Required fields are marked *