କଟକ ଚାଉଳିଆଗଞ୍ଜ କୁଞ୍ଜବିହାରୀ ମଠ ନବୀକରଣ ପାଇଁ ଦାବି

କଟକ : ଚାଉଳିଆଗଞ୍ଜସ୍ଥିତ କୁଞ୍ଜବିହାରୀ ମଠ ନବୀକରଣ ଓ ମରାମତି କାର୍ଯ୍ୟ ପାଇଁ କିଛି ଦିନ ଆଗରୁ ମଠର କାଯ୍ୟକାରୀ ସଭାପତି ମାୟାଧର ପୃଷ୍ଟି ଓ ପରିଚାଳନା କମିଟିର ଏକ ପ୍ରସ୍ତାବ ରଖାଯାଇଥିଲା କଟକ ଦେବୋତ୍ତର ବିଭାଗ କମିଶନରଙ୍କ ପାଖରେ ଏହି ପ୍ରସ୍ତାବରେ ଆଜି ଅତିରିକ୍ତ ସରକାରୀ ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ କମିଶନର ପ୍ରକାଶ କର ଓ ଇନିସପେକ୍ଟର ପ୍ରଦୀପ୍ତ ସାହୁ କୁଞ୍ଜବିହାରୀ ମଠ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଖୁବ୍ ଶୀଘ୍ର ମଠ ମରାମତି କରାଯିବ ବୋଲି କହିଥିଲେ ଆସିଷ୍ଟାଣ୍ଟ କମିଶନର ଏହି ପରିପେକ୍ଷିରେ ମଠର ଟ୍ରଷ୍ଟୀ ସୁରେନ୍ଦ୍ର ସାହୁ. କାଯ୍ୟକାରୀ ସଭାପତି ମାୟାଧର ପୃଷ୍ଟି. ନରେନ୍ଦ୍ର ପାତ୍ର. କିଶୋର ପାତ୍ର. ବଂଶୀଧର ପୃଷ୍ଟି. ମଠର ଟ୍ରଷ୍ଟ ବୋର୍ଡ ନୂତନ କର୍ମକର୍ତ୍ତା ଭାବେ ସଂଗ୍ରାମ କେଶରୀ ପାତ୍ର. ପବିତ୍ର ପାତ୍ର. ମହେଶ ପାତ୍ର. ବିଜି ପାତ୍ର. ରବିନ୍ଦ୍ର ଦାସ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ .

Leave a Reply

Your email address will not be published. Required fields are marked *