ସେଫଟି ଟାଙ୍କି ରେ ବୁଡି ବାଳକ ର ମୃତ୍ୟୁ ଉତ୍ତେତନା

ରାଜଗାଙ୍ଗପୁର :- ରାଜଗାଙ୍ଗପୁର ୱାର୍ଡ ନମ୍ବର 6 ର ରାମଗାନା ଠାରେ ଦୀର୍ଘ ଦୁଇ ବର୍ଷ ତଳୁ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ର ନିର୍ମିତ ଶେଫଟି ଟାଙ୍କି ରେ ଅଢେଇ ବର୍ଷ ର ବାଳକ ର ମୃତ୍ୟୁ କୁ ନେଇ ଉତ୍ତେଜନା l ଘଟଣା ରୁ ପ୍ରକାଶ ଯେ ଗତ କାଲି ଅପରାହ୍ନ ରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ପାର୍ଶ୍ଵରେ ଥିବା ପାର୍କ ରେ ଉକ୍ତ ଅଞ୍ଚଳର ମୁକେଶ ସାହୁଙ୍କ ପୁଅ ଋଷିଭ କୁମାର ସାହୁ (3) କିଛି ବାଳକଙ୍କ ସହ ଖେଳୁଥିବା ବେଳେ ନିକଟ ରେ ଥିବା ଅର୍ଦ୍ଧ ନିର୍ମିତ୍ତ ଅଙ୍ଗନ ବାଡି ଶେଫାର୍ଟି ଟାଙ୍କି ରେ ପରିପୂର୍ଣ ଜଳ ମଧ୍ୟକୁ ଚାଲି ଯାଇ ସେଠାରେ ପହଞ୍ଚି ଯାଇଥିଲେ ସେଠାରେ ହାତ ଧୋଇବା ପାଇଁ ଚେଷ୍ଟା କରୁଥିବା ବେଳେ ହଟାତ ହାତ ଖସି ଯାଇ ପାଣି ରେ ବୁଡି ଯାଇଥିଲା ସାଙ୍ଗ ରେ ଥିବା ଛୋଟ ବାଳକ ମାନେ ଆସି ମୁକେଶ ଙ୍କ ଘରେ ଖବର ଦେବା ପରେ ସେଠାକୁ ଦୌଡ଼ି ଯାଇ ଟାଙ୍କି ଭିତରକୁ ଯାଇ ଖୋଜି ଋଷିଭ କୁ ବାହାର କରି ରାଜଗାଙ୍ଗପୁର ସ୍ୱାସ୍ଥ୍ୟ ଗୋଷ୍ଠି କେନ୍ଦ୍ର କୁ ନେଇ ଯାଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା ପରେ ଉତ୍ତେଜନା ଦେଖା ଯାଇଥିଲା l ଯେଉଁ ଅଙ୍ଗନ ବାଡି କେନ୍ଦ୍ର କୁ କାହିଁକି ଏତେ ଦିନ ନିର୍ମାଣ ନ କରାଯାଇ ପଡି ରହିଛି ସେଫିଟି ଟାଙ୍କି କୁ ଖୋଲା ରଖା ଯାଇଛି ସେହି ଘଟଣାକୁ ନେଇ ଉତ୍ତେଜନା ଦେଖା ଯାଇଥିଲା l ପୌର ପରିଷଦ ର ଅବହେଳା ପାଇଁ ଆଜି ଗୋଟିଏ ବାଳକ ର ଜୀବନ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନ ସାଧାରଣ l ଖୋଲା ସେଫିଟି ଟାଙ୍କି ପାଇଁ ପୌରପାଳିକା କୁ ଅବଗତ କରି ଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ କାହିଁକି କରି ନଥିବା ଅଢେଇ ବର୍ଷ ର ବାଳକ ମୃତ୍ୟୁ ପରେ ଆଜି ପୌର ପାଳିକା ପକ୍ଷରୁ ଉକ୍ତ ଟାଙ୍କି କୁ ଜେସିପି ସାହାର୍ଯ୍ୟ ରେ ମାଟି ଭାରା ଯାଇଥିବା ଦେଖିବାକୁ ମିଳିଥିଲା l ମାଜିଷ୍ଟେଟ ଓ ପୋଲିସ ଏସ ଆଇ ଦମୟନ୍ତୀ ମହାନ୍ତ ଏ ଏସ ଆଇ ପ୍ରଶାନ୍ତ କୁମାର ସେନାପତିଙ୍କ ଉପସ୍ଥିତିରେ ତଦନ୍ତ କରାଯାଇ ବାଳକ ର ଶବ ବ୍ୟବଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣା ଯାଇଛି l

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର, ଜିଲ୍ଲା- ସୁନ୍ଦରଗଡ଼
Mob:- 9437343995

Leave a Reply

Your email address will not be published. Required fields are marked *