ରାୟଗଡ ଲୋକ ମହତ୍ସୋବ ଚଇତି ୨୦୨୪ ଡିସେମ୍ବର ୨୬ ରୁ ଆରମ୍ଭ

ଆସନ୍ତା ମାସ ୨୬ ତାରିଖରୁ ୫ ଦିନ ବ୍ଯାପି ରାୟଗଡା ଜିଲ୍ଲାର ଗଣପର୍ବ ଚଇତି ମହତ୍ସୋବ ୨୦୨୪ ପାଳନ କରାଯିବ। ପ୍ରତିବର୍ଷ ଭଳି ରାୟଗଡ଼ା ସହରର ଜିସିଡି ପଡିଆରେ ଏହି ପର୍ବ ପାଳନ ହେବ। ଆଉ ପଲ୍ଲଶ୍ରୀ ମେଳା ମଧ୍ଯ ଅନୁଷ୍ଟିତ ହେବ। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ରେ ଆୟୋଜିତ ଏହି ବୈଠକରେ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅନ୍ଯତମ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ଯଜିତ୍ ଗମାଙ୍ଗ ଯୋଗ ଦେଇ ଜିଲ୍ଲାର ଲୁକ୍କାୟିତ ପ୍ରତିଭା କିପରି ବିଶ୍ବ ଦରବାରରେ ପରିଚିତ ହୋଇପାରିବ ସେନେଇ ସମସ୍ତଙ୍କ ଉଦ୍ଯମ ହେବା ଦରକାର ବୋଲି କହିଥିଲେ। ଆସନ୍ତା ମାସ ୨୪ ତାରିଖରେ ଜିଲ୍ଲାସ୍ତରୀୟ ଚଇତି ପାଳନ ହେବାକୁ ଥିବା ବେଳେ ଡିସେମ୍ବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପଦ୍ମପୁର ବ୍ଲକ ମରିଚଗୁଡା ଗ୍ରାମରେ ଥିବା ଅକ୍ଷରବ୍ରହ୍ମ ମନ୍ଦିରରୁ ବ୍ଲକ ସ୍ତରର ଚଇତି ପର୍ବ ଆରମ୍ଭ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ସ୍ତରୀୟ ଚଇତି ମହତ୍ସୋବ ରେ ରାଜ୍ୟ ଓ ରାଜ୍ଯ ବାହାରର କଳାକାର ମାନେ ଆସି ନିଜ କଳା ପ୍ରଦର୍ଶନ କରିବେ ବୋଲି ନିଷ୍ପତ୍ତି ହେବା ସହ ଚଇତି ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ସ୍ଥାନୀୟ କଳାକାର ମାନଙ୍କୁ ନିଜ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ। ସେହିପରି ପଲ୍ଲଶ୍ରୀ ତଥା ବିକାଶ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି। ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଓ ଜନଜାତି ଙ୍କ ସଭ୍ଯତା ଓ ସଂସ୍କୃତି କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଚଳିତ ଥର ଉଦ୍ୟମ କରାଯିବ ବୋଲି କୁହାଯାଇଛି। ସେହିପରି ବ୍ଲକସ୍ତରୀୟ ଚଇତି ଉତ୍ସବରେ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ପ୍ରତିଯୋଗିଙ୍କୁ ଜିଲ୍ଲାସ୍ତରୀୟ ମହୋତ୍ସବ ରେ ସମ୍ବର୍ଦ୍ଦିତ କରଖଯିବ ବୋଲି କୁହାଯାଇଛି। ସେହିପରି 5 ଦିନ ବ୍ଯାପି ଆୟୋଜନ ହେଉଥିବା ଏହି ପର୍ବ କିପରି ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅନ୍ଯମାନଙ୍କ ମଧ୍ଯରେ ରାୟଗଡା ଏସପି ଏସ୍.ସ୍ବାତୀ କୁମାର,ଅତିରିକ୍ତ ଜିଲ୍ଲାପାଳ, ରାୟଗଡା ଓ ଗୁଣପୁର ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ତପନ କାଡ୍ରାକାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *