
ସଂଗ୍ରାମ କେଶରୀ ମହାପାତ୍ର ସ୍ମୃତି ସଂସଦ ଓ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ମହାପାତ୍ର ଙ୍କ ୨୪ତମ ପୁଣ୍ୟତିଥି ରେ ସ୍ଥାନୀୟ ଗୌରୀଶଙ୍କର ପାର୍କ ସ୍ଥାପିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଥିଲା l ଜଣେ ସଂଗ୍ରାମୀ ଦିବଂଗତ ମହାନ ଜନନେତା ଙ୍କୁ ପ୍ରଥମେ ଉପସ୍ଥିତ ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାମଲୀଳା ପ୍ରଚାର ସମିତି ସଭାପତି ମାରୁତିଶ୍ରୀ ଚୌଧୁରୀ କାଶୀନାଥ ମଲ୍ଲିକ, ସମାଜସେବୀ ଗାନ୍ଧିବାଦୀ ପ୍ରଶାନ୍ତ କୁମାର ଦାସ, ନିବାସ ଚନ୍ଦ୍ର ମିଶ୍ର, କୃଷ୍ଣ ଚନ୍ଦ୍ର ପ୍ରଧାନ, ଗୋପାଳ ଚନ୍ଦ୍ର ମିଶ୍ର, ଚିତ୍ରଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ପ୍ରସନ୍ନ କୁମାର ମହାପାତ୍ର, ଜଗନ୍ନାଥ ବେହେରା, ନମିତା ବେହେରା, ଜଗନ୍ନାଥ ମହାନ୍ତି, ଉପେନ୍ଦ୍ର ବେହେରା, ଲଷ୍ମୀ ପ୍ରସନ୍ନ ମହାପାତ୍ର ଓ କଟକ ସହର ର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସ୍ବର୍ଗତ ମହାପାତ୍ର ଙ୍କ ସୁପୁତ୍ର ଦେବୀ ପ୍ରସନ୍ନ ମହାପାତ୍ର, ବିଭୁ ପ୍ରସନ୍ନ ମହାପାତ୍ର ଓ ସୁକନ୍ୟା ଦେବସ୍ମିତା ଜେନା ସ୍ବର୍ଗୀୟ ପିତା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ l