

ରାୟଗଡ-ତା୨୧-୧୧-୨୪-(ଜିଲ୍ଲା ପ୍ରତିନିଧି, ଅଜୟ ରଥ) : ବେଦାନ୍ତ ଆଲୁମିନା ଓ ରାଜ୍ୟ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ରାୟଗଡ ଜି ସି ଡି ହାଇସ୍କୁଲରେ ସ୍ୱର୍ଣ୍ଣ ପ୍ରାସନ୍ନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରର ଜିଲ୍ଲା ଶିକ୍ଷା ଅଧିକାରୀ
ବସନ୍ତ କୁମାର ନାୟକ ଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରୁଥିଲେ। ସ୍ୱର୍ଣ୍ଣ ପ୍ରାସନ୍ନ ଦ୍ୱାରା ଶିଶୁମାନଙ୍କ ଶାରୀରିକ, ମାନସିକ ସହ ସ୍ମରଣ ଶକ୍ତି ସୁଦୃଢ଼ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି। ବେଦାନ୍ତ ତରଫରୁ ଏହି ସ୍ୱର୍ଣ୍ଣ ପ୍ରାସନ୍ନ କାର୍ଯ୍ୟକ୍ରମ କଳାହାଣ୍ଡିରୁ ଆରମ୍ଭ ହୋଇ ଆଜି ରାୟଗଡ଼ାରେ ଅନୁଷ୍ଠିତ ହୋଇଛି ଏବଂ କୋରାପୁରେ ଏହି କାର୍ଯ୍ୟକ୍ରମ ଶେଷ ହେବ।ଏହି ତିନି ଜିଲ୍ଲାରେ ମୋଟ ୩୦ ହଜାର ଶିଶୁଙ୍କୁ ସ୍ୱର୍ଣ୍ଣ ପ୍ରାସନ୍ନରେ ସାମିଲ କରି ଶିଶୁ ମାନଙ୍କ ଶାରୀରିକ ଏବଂ ମାନସିକ ସ୍ତରରେ କିଭଳି ବିକାଶ ହେବ ସେ ନେଇ ବେଦାନ୍ତ ତରଫରୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ବେଦାନ୍ତ ଲିଡ଼ ସି ଏସ ଆର ହୃଦୟ ବଲ୍ଲଭ ପ୍ରଧାନ। ଏହି ଅବସରରେ ଅନ୍ୟ ମଞ୍ଚସିନ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ,ଗୋଷ୍ଠି ଶିକ୍ଷା ଅଧିକାରି ସୁଦୀପ୍ତ କୁମାର ଦାଶ୍,ଆୟୁର୍ବେଦ ଡାକ୍ତର ଭି ଜେ ପି ରାଓ, ଅଟଳ ବିହାରୀ ଗୁରୁ,ଜିସିଡି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ବେଦାନ୍ତ ଆଲୁମିନାର କେ ସାହୁକାର, ଏସ ଆର ମହାନ୍ତି,ବେଦବ୍ୟାସ ପଳେଇ,ଯବନ ପାତ୍ର,ଦିବାକର ଦାଶ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି।