ଦାରିଦ୍ର୍ୟତା ପାଇଁ ନଅ ଦିନର ଶୁଶୁ କନ୍ୟାକୁ ବିକ୍ରି କଲା ମା ଆଘଟଣା ସାରା ରାଜ୍ୟରେ ହଇଚଇଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବିଚିତ୍ରା ସେଠିଙ୍କ ପାଇଁ ଛୋଟ ଘଟଣା

ରାୟଗଡ- ମା ନଅ ମାସ ନିଜ ଗର୍ଭରେ ରଖି ଜନ୍ମ କରିବା ପରେ ଦାରିଦ୍ର୍ୟତା ଯୋଙ୍ଗୁ ନିଜର ନବଜାତ ଶିଶୁ କନ୍ୟାକୁ ୨୦ ହଜାରରେ ବିକ୍ରି କରିଛନ୍ତି ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼। ସୂଚନା ଅନୁଯାୟୀ ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନୂଆପଡା ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।
ଚଳିତ ମାସ ଅର୍ଥାତ ୩.୧୧.୨୪ ରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧.୧୧.୨୪ ରେ ବିକ୍ରି କରିଥିଲା ମାଆ। ବିକ୍ରି ହୋଇଥିବା ଶିଶୁ କନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ଜଣାପଡିଛି। ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ 3 ବର୍ଷର ଏକ ଶିଶୁ କନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ । ସେଥିରେ ପୁଣି ଶିଶୁ କନ୍ୟାକୁ ପୋଷିବା ଆମ ପାଖେ କଷ୍ଟକର । ଅନ୍ୟପଟେ ଆମକୁ ରେଶନକାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନି। ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଉଛୁ ବୋଲି କହିଛନ୍ତି ମାଆ ବାପା । ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା। ଏହି ଘଟଣା ପାଇବା ପରେ ନୂଆପଡା ସାହିରେ ପହଞ୍ଚି CWC ର ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି CWC ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।
ଏଭଳି ଏକ ହୃଦୟ ବିଦାରକ ଘଟଣାକୁ ନେଇ CWC ମେମ୍ବର ରାୟଗଡା ପ୍ରିୟଦର୍ଶିନୀ ମହାକୁଡ଼,ସାମାଜିକ କର୍ମୀ,ଶିଶୁ ସୁରକ୍ଷା ୟୁନିଟ ରାୟଗଡା ସତ୍ୟପ୍ରିୟା ପ୍ରଧାନ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ନୂଆପଡା ପହଞ୍ଚି ଫେରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପ୍ରତିକ୍ରିୟା ନେବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠିଙ୍କୁ ଯୋଗାଯୋଗ କରିବାରୁ ନଅ ଦିନର ଶୁଶୁ କନ୍ୟା ବିକ୍ରି ଛୋଟ ଛୋଟ ଜିନିଷରେ ଆପଣ ମାନେ ବାଇଟ ନେବାକୁ ରେଡି ହେଇଯାଉଛନ୍ତି ଭଳି ଶବ୍ଦ ପ୍ରୟୋଗ କରି ଦାରିଦ୍ୟ ଓ ଗରିବି ପରିସ୍ଥିତିକୁ ତାତ୍ସଲ୍ୟ ଓ ଉପହାସ କରିଛନ୍ତି। ଶିଶୁ ସୁରକ୍ଷା ଦାୟିତ୍ୱରେ ରହି ରକ୍ଷକ ହୋଇ ଭକ୍ଷକ ଭଳି ମନ୍ତବ୍ୟକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ବାଦଲ ତା। ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *