
-୨୦/୧୧/୨୪
ରିର୍ପୋଟର -‘ସୁରେଶ କୁମାର ପାଢୀ
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୪୦ହଜାର ୫୧ ଟଙ୍କା ବାହାରି ଥିବା ଜଣାପଡିଛି ।ଦେବତ୍ତର ବିଭାଗର ତହସିଲଦାର ରଞ୍ଜନ କୁମାର ମାନସେଠଙ୍କ ତତ୍ତ୍ୱାବଧାନରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ,ଗୁଡୁଲ୍ଲା ପ୍ରସାଦ ରାଓ ,ଗୋପାଳଚେଟି ପେଣ୍ଟିଆ ,ପାଲକୁଣ୍ଡା ପଟି , ଶ୍ରୀନିବାସ ଚୌଧୁରୀ, ଜୟଶଙ୍କର କୌଶଲ୍ୟା, ମାଉଡି ବାରିକ, ଉପସଭାପତି ବ୍ରଜବଲ୍ଲଭ ନାୟକ, ରାଜସ୍ୱ ନିରୀକ୍ଷକ ଗୌରୀ କଣ୍ଡାଗିରି , ନୟନ ଗୌଡ଼ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇଥିଲା ।ସେଥିରୁ ୪୦୦୫୧ ( ଚାଳିଶି ହଜାର ଏକାବନ)ଟଙ୍କା ବାହାରିଥିଲା ।ଉକ୍ତ ଟଙ୍କାକୁ ବ୍ୟାଙ୍କ ଜମା ଖାତା ରଖାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।