କଳିଙ୍ଗ ବାଲିଯାତ୍ରା ୨୦୨୪ ର ଚତୁର୍ଥ ସନ୍ଧ୍ୟା

ପାରାଦୀପ ତା ୧୭.୧୧.୨୦୨୪ ରିଖ – ଆଜି କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ସୁରେଶା ଜି.,କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ,ଓଡ଼ିଶା ପରିଚାଳନା , ଏ.ଏମ.ଏନ.ଏସ ଇଣ୍ଡିଆ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ଅକ୍ଷତ ପଟେଲ, କମାଣ୍ଡାଟ,ସି.ଆଇ.ଏସ.ଏଫ୍, ପାରାଦୀପ,ରବିନାରାୟଣ ଜେଠୀ, ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଏବଂ ଶ୍ରୀ ବସନ୍ତ ବିଶ୍ଵାଳ, ଅଧ୍ୟକ୍ଷ, ପାରାଦୀପ ପୌର ପରିଷଦ।ଆଜିର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ, ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନ ଓ ସାଇକୃପା କଳା ବିକାଶ କେନ୍ଦ୍ର ଦ୍ବାରା ସମ୍ବଲପୁରୀ ନୃତ୍ୟ,ଶ୍ରୀ ଜଗନ୍ନାଥ ଲଳିତ କଳା ମଣ୍ଡପ,ସୁଦିକ୍ଷା ଡାନ୍ସ ଏକାଡେମୀ,ସର୍ଗମ୍ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ,ଏବଂ ବ୍ଲାକ ସ୍ପାଇଡର ଗ୍ରୁପ ଦ୍ଵାରା ମଡର୍ଣ୍ ଡାନ୍ସ ପରିବେଷଣ କରିଥିଲେ। ସେହିପରି ବାସୁଦେବ ନିତ୍ୟ କଳା ଏକାଡେମୀ ଓ ଆସାମଲୋକ ନୃତ୍ୟ ଗ୍ରୁପ, ଲୋକନୃତ୍ୟ, ସୁସ୍ମିତା ଦାସ, ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସତ୍ୟଜିତ ପ୍ରଧାନ ଓ ସାଇସଂଗ୍ରାମ ଙ୍କ ମ୍ୟୁଜିକାଲ ବ୍ୟାଣ୍ଡ ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ।

Leave a Reply

Your email address will not be published. Required fields are marked *