କେସିଙ୍ଗା ବ୍ଲକ ଅଧ୍ୟକ୍ଷ ବିରୋଧରେ ଅନାସ୍ଥା କାଟ ଖାଇଲା |

କେସିଙ୍ଗା-୧୮/୧୧/୨୪
ଦୀର୍ଘଦିନ ରୁ କେସିଙ୍ଗା ବ୍ଲକ ର ରାଜନୀତି ସରଗରମ ଥିଲା କିନ୍ତୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଥିବା ଜଣାଯାଇଛି। ଫଳରେ ଦୀର୍ଘ ୨ ମାସ ପାଖାପାଖି ହେଲା ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀ ସେନାପତି ବିଜୟ ହାସଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସପକ୍ଷବାଦୀ ଦୀର୍ଘଦିନ ହେଲା ଅଜ୍ଞାତବାସରେ ଥିଲେ ମଧ୍ୟ ଆବଶ୍ୟକ ଥିବା ସଂଖ୍ୟା ୩୭ ଜଣ ସଦସ୍ୟ ନହେବାରୁ ସେମାନେ ଆଜି ବ୍ଲକ କାର୍ଯ୍ୟଳୟରେ ଅନୁପସ୍ଥିତ ରହି ଭୋଟିଂରେ ଭାଗ ନେଇନଥିଲେ। ଫଳରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ସେନାପତି ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇ ତାଙ୍କ ପଦବୀ ବଜାୟ ରଖିଛନ୍ତି। ଦୀର୍ଘଦିନ ହେଲା କେସିଙ୍ଗା ବ୍ଲକରେ ଚାଲିଥିବା ହାଇଡ୍ରାମାର ଯବନିକା ପଡିଛି ଓ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି। ଅନ୍ୟପକ୍ଷରେ ମାନ୍ୟବର ହାଇକୋର୍ଟ ଆଦେଶନାମା ଅନୁସାରେ ଆଜି ଫଳାଫଳ ଘୋଷଣା ସ୍ଥଗିତ ରହିଛି।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *