
ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଆକ୍ରମଣ ହୋଇଛି। ଆକ୍ରମଣଟି ପାକ ସେନା ଶିବିରରେ ଉପରେ ହୋଇଥିଲା। ଯେଉଁଥିରେ ସୁରକ୍ଷାକର୍ମୀଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେନା ଶିବିରରେ ଘଟିଥିବା ଏହି ଆକ୍ରମଣ ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯାଉଛି। ଖବର ଅନୁଯାୟୀ ବଲୁଚିସ୍ତାନର କଲାତ ଜିଲ୍ଲାରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଜଣ ଆହତ ହୋଇଛନ୍ତି। ନିଷିଦ୍ଧ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। “ଆଉ ହେବ ନାହିଁ ଇଣ୍ତିଆ-ପାକିସ୍ତାନ ମ୍ୟାଚ୍ !” ତେବେ ଏପର୍ଯ୍ୟନ୍ତ ପ୍ରାଦେଶିକ ସରକାର କିମ୍ବା କୌଣସି ବରିଷ୍ଠ ଅଧିକାରୀ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଏହି ଆକ୍ରମଣକୁ ନିନ୍ଦା କରିବା ସହ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।