ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ

Benjamin Netanyahu

Read more at: https://odia.oneindia.com/international/flash-bombs-fired-towards-israeli-prime-minister-netanyahus-home-061389.html?ref_source=OI-OR&ref_medium=Home-Page&ref_campaign=News-Cardsଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ପୁଣି ହତ୍ୟା ଉଦ୍ୟମ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଦୁଇଟି ଫ୍ଲାଶ୍ ବୋମାରେ ଆକ୍ରମଣ କରାଯାଇଛି । ବଗିଚାରୁ ବୋମା ଜବତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୋମା ଆକ୍ରମଣ କରାଯାଇଥିଲା ସେତେବେଳେ ନେତାନ୍ୟାହୁ ଏବଂ ତାଙ୍କ ପରିବାର ସଦସ୍ୟ କେହି ଘରେ ଉପସ୍ଥିତ ନଥିଲେ, ଯେଉଁଥିପାଇଁ କାହାରି ମୃତ୍ୟୁ ହୋଇ ନାହିଁ କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହୋଇ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ ଏକ୍ସରେ ଏକ ପୋଷ୍ଟ ସେୟାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ସୀମା ଅତିକ୍ରମ କରାଯାଇଛି,ବର୍ତ୍ତମାନ ସୁରକ୍ଷା ଏଜେନ୍ସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବ । “” ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜକ୍ ହେରଜୋକ୍ ଏହି ଘଟଣାର କଡା ନିନ୍ଦା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରେ ଡ୍ରୋନରେ ଆକ୍ରମଣ କରାଯାଇଥିଲା, ହେଲେ ଉକ୍ତ ସମୟରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିଲା । ଅକ୍ଟୋବର ୭ ତାରିଖରୁ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲା ବିରୋଧରେ ଇସ୍ରାଏଲର ଲଢେଇ ଜାରି ରହିଛି । ଅକ୍ଟୋବରରେ ଯେତେବେଳେ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ କରାଯାଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇରାନର ପ୍ରକ୍ସି ହିଜବୁଲ ମୋତେ ଏବଂ ମୋ ପତ୍ନୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛି। ଇସ୍ରାଏଲ ପାଖରେ କ୍ଷେପଣାସ୍ତ୍ର ଚିହ୍ନଟ ଏବଂ ଏହାକୁ ରୋକିବା ପାଇଁ ଇସ୍ରାଏଲ ପାଖରେ ବିଶ୍ୱର ସର୍ବୋତ୍ତମ ବ୍ୟବସ୍ଥା ଅଛି। ଏହି ସିଷ୍ଟମ୍ ଘଣ୍ଟା ପ୍ରତି 1000 ମାଇଲରୁ ଅଧିକ ବେଗରେ ଦୂରତା ଅତିକ୍ରମ କରେ ।

Leave a Reply

Your email address will not be published. Required fields are marked *