ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବୁଡ଼ା ମଶାରୀ ବଣ୍ଟନ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ

ମୁନିଗୁଡା,୧୬।୧୧ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟିକର ପଡ଼ା ଗ୍ରାମରେ ଔଷଧ ବୁଡା ମଶାରୀ ବଣ୍ଟନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଷମ କଟକ ବିଧାୟକ ନୀଳ ମାଧବ ହିକକାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି।ସମ୍ପ୍ରତି ଉପାନ୍ତ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ, ଡେ଼ଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପୁଥିବା ବେଳେ ଲୋକ ମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ଗୁରୁତ୍ବ ଦେଇ ମୁନିଗୁଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ଡିମିରିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯାନକୁ ମାନ୍ୟବର ବିଧାୟକ ଶ୍ରୀ ନୀଳମାଧବ ହିକକା ଶୁଭାରମ୍ଭ କରି ଉପସ୍ଥିତ ଗ୍ରାମବାସୀ ଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ବିଷୟ ରେ ସଚେତନ କରିବା ସହ ଉକ୍ତ ଔଷଧ ବୁଡ଼ା ମଶାରୀର ବ୍ୟବହାର କରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ . ଆଶିଷ କୁମାର ପଣ୍ଡା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ସହ ଔଷଧ ବୁଡ଼ା ମଶାରୀ ବ୍ୟବହାର ସାମାନ୍ୟ ଜ୍ଵର ହେଲେ ସ୍ଥାନିୟ ଆସା କର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ପର୍କ କରିବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରିବାକୁ ଲୋକମାନଙ୍କୁ ପରାମର୍ଶ ଦେବା ସହ ମ୍ୟାଲେରିଆ ଡେ଼ଙ୍ଗୁ ଭଳି ମାରାତ୍ମକ ରୋଗ ବିଷୟରେ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁନିଗୁଡା ମେଡିକାଲ ଅଫିସର ଡ.ଆଶିଷ କୁମାର ପଣ୍ଡାଙ୍କ ସହ ବିପିଏମ ତପନ କୁମାର ପଣ୍ଡା, ପିଏଚଇଓ ସଂଯୁକ୍ତା ଗମାଙ୍ଗୋ, ଅମ୍ୱାଦଳା ମେଡିକାଲ ସୁପରଭାଇଜର ସାନ୍ତାନୁ ପାଲ, ମ୍ୟାଲେରିଆ ସୁପର ଭାଇଜର ମନୋରଞ୍ଜନ ଚୌଧୁରୀ, ଏଚଡବ୍ଲୁ ଏଫ୍ ଶକୁନ୍ତଳା ହଂସ, ଏଚଡବ୍ଲୁଏମ ତପନ ବେହେରାଙ୍କ ସମେତ ଆସା କର୍ମୀ ଉପସ୍ଥିତ ରହି ଥିବା ବେଳେ ବିଷମ କଟକ ବିଧାୟକ ନୀଳ ମାଧବ ହିକକାଙ୍କ ସହ ରେ ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ, ବ୍ଲକ ସଭାପତି ନୀଳାମ୍ବର ବିଭାର, ଯୁବ ଆଇନଜୀବୀ ମାନସ ରଞ୍ଜନ ବେହେରା ମୁନିଗୁଡ଼ା ଯୁବ ନେତା ବାଦଲ ବେହେରା, ଶିବପଦର ପଞ୍ଚାୟତ ସଭାପତି ରାଧାମୋହନ ଟାକ୍ରୀ , ଭୀମରାଜ ଶିକକାଙ୍କ ସମେତ ଅଞ୍ଚଳର ଶତାଧିକ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ ଥିଲେ |

Leave a Reply

Your email address will not be published. Required fields are marked *