
ଭଞ୍ଜନଗର:-ପ୍ରେସ କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କମ୍ବୁପାଣୀ ସାମନ୍ତ ସାର୍ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ ମହାନ୍ତି ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୈ।ରୁ ଶଙ୍କର ଶତପଥୀ ଓ ଓଷ୍ଠ। ରାଜ୍ୟ ଉପସଭାପତି ସନ୍ତୋଷ କୁମାର ଜେନା ଯୋଗଦେଇଥିଲେ।
ସାମ୍ବାଦିକ ନେତାଜୀ ବିଷୋୟୀ, ରବୀନ୍ଦ୍ର ଗୈ।ଡ଼ ପ୍ରମୁଖ ଏହି ଦିବସର ବିଷୟରେ ଆଲୋଚନା କରିଥିଲେ। ସମ୍ପାଦକ ବାବୁଲା ପ୍ରଧାନ ଧନ୍ୟବାଦ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରେମଜିତ ପଟ୍ଟନାୟକ, ବିଶ୍ବମ୍ବର ଜେନା,ମନୋଜ କର, ସମରେନ୍ଦ୍ର ପଟ୍ଟନାୟକ,ରଞ୍ଜନ କୁମାର ସ୍ବାଇଁ,ନଚିକେତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।