ମହାନଦୀ ଶଯ୍ୟା ରେ ବଢୁଛି ଶୋଭା ଭିଡ ଜମେଇଲେଣି ଅତିଥି ପକ୍ଷୀ

ହରଭଙ୍ଗା : ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ ଙ୍କ ସମାଗମ ହୋଇଥାଏ।ଏହି ଅଭୟାରଣ୍ୟ କୁ ଲାଗିରହିଛି ସାତକୋଶିଆ ଗଣ୍ଡ। ସାତକୋଶିଆ ଗଣ୍ଡ ର ଜଳରାଶି ରେ ବିଭିନ୍ନ ପ୍ରଜାତି ର ରଙ୍ଗ ବେରଙ୍ଗ ଦେଶୀ ବିଦେଶୀ ପକ୍ଷୀ ଙ୍କର କୋଳାରାବ ରେ ମୁଖରିତ ହୋଇଥାଏ।ନୟାଗଡ଼ ବନ୍ୟପ୍ରାଣୀ ଓ କୁସଙ୍ଗ ରେଞ୍ଜ ଅଧୀନରେ ପଦ୍ମତୋଳା ଅଭୟାରଣ୍ୟ ଅବସ୍ଥିତ।ହରଭଙ୍ଗା ବ୍ଲକ ଅଞ୍ଚଳରେ ଏବେ ହାଲକା ଶୀତ ଜାରି ରହିଥିବା ବେଳେ ମହାନଦୀର ସାତକୋଶିଆ ଗଣ୍ଡ ନଦୀ ଶଯ୍ୟାରେ ଓ ଜଳ ରାଶିରେ ବିଦେଶାଗତ ଅତିଥୀ ପକ୍ଷୀ ଭୀଡ ଜମେଇଲେନି ।ହରଭଙ୍ଗା ଅଞ୍ଚଳରେ ପ୍ରବାହିତା ମହାନଦୀ ଶଯ୍ୟାରେ ବିଭିନ୍ନ ପ୍ରାନ୍ତରେ ଏଇ ଅତିଥି ପକ୍ଷୀଙ୍କୁ ଦେଖିବାକୁ ମିଳୁଛି. ଏମାନଙ୍କ କଳାରବରରେ ଅଞ୍ଚଳ ପ୍ରକମ୍ପିତ ହେଉଛି. ଏମାନଂକୁ ଦେଖିବାପାଇଁ ମଧ୍ୟ ଲୋକଙ୍କର ଭିଡ ଜମିଲାଣି. ପକ୍ଷୀ ବିଶେଷଜ୍ଞଙ୍କ ମତରେ ଶୀତରୁତୁରେ ବିଦେଶରେ ପ୍ରବଳ ତୁଷାରପାତ ହେଉଥିବାରୁ ପକ୍ଷୀଙ୍କ ପାଇଁ ଖାଦ୍ୟ ସଙ୍କଟାପନ୍ନ ହୋଇଥାଏ ଫଳରେ ସେଇ ଅଞ୍ଚଳର ପକ୍ଷୀମାନେ ଦଳଦଳ ହୋଇ ହଜାର, ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶା ମୁହାଁ ହୋଇଥାନ୍ତି,ସୌନ୍ଦର୍ଯ୍ୟର ଗନ୍ତାଘର ନୀଳ ଜଳରାଶି ମହାନଦୀର ସାତକୋଶିଆ ଗଣ୍ଡ ରେ ଆଶ୍ରୟ ନେଇଥାନ୍ତି,ଏଠାରେ ପକ୍ଷୀ ସୁରକ୍ଷା ଓ ପ୍ରଚୁର ପରିମାଣରେ ଖାଦ୍ୟ ମିଳୁ ଥିବାରୁ ପକ୍ଷୀମାନେ ଏଠାରେ ସୁରକ୍ଷିତ ମଣି ଥାଆନ୍ତି.ଶୀତରୁତୁ ଅପସରି ଗଲା ପରେ ସେମନେ ନିଜ ଦେଶକୁ ଫେରିଥାନ୍ତି.ମହାନଦୀ ଶଯ୍ୟାରେ ଏବେ ବିଭିନ୍ନ କିସମର ଏବଂ ରଙ୍ଗବେରଙ୍ଗ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି. ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ruchi,selwar,chakua chakei,ponytail, sobhalars ଓ gardwaal ଆଦି ପକ୍ଷୀ ଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁଚନା ମିଳିଛି,ସ୍ଥାନୀୟ ଲୋକଙ୍କ ସୂଚନାରେ ପ୍ରତିବର୍ଷ ଏଇ ସମୟରେ ମହାନଦୀର ସାତକୋଶିଆ ର ନଦୀଶଯ୍ୟାରେ ଏଇ ଅତିଥୀ ପକ୍ଷୀ ଦେଖିବାକୁ ମିଳେ l
ବ୍ୟୁରୋ ରିପୋର୍ଟ

Leave a Reply

Your email address will not be published. Required fields are marked *