

ପାଲଲହଡା : ଅନଗୁଳ ଜିଲ୍ଲା ପାଳଲହଡା ଷ୍ଟାଡିଅମ ଠାରେ ଆଜି ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡା ଙ୍କର 150 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି, ଉକ୍ତ ଉତ୍ସବ ରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ପ୍ରତିନିଧି ତନ୍ମୟ କୁମାର ସାହୁ, ବ୍ଲକ ଅଧକ୍ଷା ରୀନାରାଣୀ ନାଏକ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ତହସିଲଦାର ଆକାଂକ୍ଷା ମହାପାତ୍ର, ଗୋଷ୍ଠୀଉନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଯୋଗ ଦେଇଥିଲେ.ନୋଡାଲ ଅଫିସର ଦିଲ୍ଲୀପ କୁମାର ମିଶ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଏବଂ 150 ତମ ବୀର ବିର୍ସା ମୁଣ୍ଡା ଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା 17 ଗୋଟି ବିଭାଗ ର 25 ଗୋଟି ସ୍କିମ ର ସିଧା ସଳଖ ସୁବିଧା ସମସ୍ତ ଅଧିବାସୀ ଓ ଜନ ଜାତି ଅନିସୂଚିତ ଜନ ଜାତି ବର୍ଗ ର ଲୋକ ମାନଙ୍କ ପାଖରେ ପହଂଚାଇବା ର ପ୍ରୟାସ କରାଯିବାର ସଂକଳ୍ପ ଗ୍ରହଣ କରାଗଲା, ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜଙ୍ଗଲ ଅଧିକାର ପଟ୍ଟା, ଆଧାର କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଗୃହ ପ୍ରବେଶ ର ଚାବି, ଜନ ଧନ ବ୍ୟାଙ୍କ ଆକାଉଣ୍ଟ ଅଦି ପ୍ରଦାନ କରାଯାଇଥିଲା ଏବଂ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁପ୍ରିୟା ସେଠି ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜାମୁଇଁ ବିହାର ରୁ ସିଧା ପ୍ରସାରଣ କରାଯାଇଥିଲା, ଏହି କାଯ୍ୟକ୍ରମ ରେ ତିନି ହଜାର ରୁ ଉର୍ଦ୍ଧ ଜନ ଜାତି ସଂପ୍ରଦାୟ ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ!