ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଆଜି ପୁରାତନ ଛାତ୍ର ସଂଘ ତରଫରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ସ୍ଥାନୀୟ ସାର୍କିଟ ହାଉସ୍ ଠାରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ହେଉଥିବା ଅନିୟମିତତା ଉପରେ ଠୋସ କାର୍ଯ୍ୟାନୁଷ୍ଠାନ ନେବାସହ ଶିଘ୍ର ନୂତନ କୁଳପତି ନିଯୁକ୍ତି ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ପରିକ୍ଷା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିବା ସମସ୍ତଙ୍କୁ ପରିବର୍ତନ କରିବା, ବିଶ୍ବବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟି ସବୁ ଭାଙ୍ଗି ତାହାର ପୁନଃ ଗଠନ କରିବା, ଅଧ୍ୟାପକ ନିଯୁକ୍ତି କରିବା ତଥା ଛାତ୍ର ଛାତ୍ରୀଙ୍କ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିରେ ତାଙ୍କୁ ଅବଗତ କରାଯାଇଛି । ଭୁବନେଶ୍ବର ଗଲାପରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଉପରେ ଏକ ସମୀକ୍ଷା ବୈଠକ ନେବି ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ, ପୁରାତନ ଛାତ୍ର ସଂଘର ସମ୍ପାଦକ ଅବିନାଶ ଠାକୁର, ଉପ ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା, ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଦୀପ ମୁଣ୍ଡ, ଅଜିତ ସାହୁ, ପୂର୍ବତନ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଚିତ୍ତରଞ୍ଜନ ମଣ୍ଡଳ, କୈଶବ ବିହାରୀ, ଚିନ୍ମୟ ବେହେରା, ବିକାଶ ରଞ୍ଜନ ବାବୁ, ଅନୁପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *