ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର,ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ।ପରେ ଭିଶାଖାପାଟଣା ଓ ବ୍ରହ୍ମପୁର ସ୍ଥାନାନ୍ତର

ରାୟଗଡ-ଗ୍ୟାସ ଟାଙ୍କି ଫାଟି ତିନି ଗୁରୁତର, ଗୁରୁତ୍ୱର ଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଡି. ସିବା,ଧର୍ମା ମିଣିଆକା ଓ ଦିନ ମିଣିଆକା ସମସ୍ତେ ହାତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ ଗ୍ୟାସ ଲିକେଜ ଥିବାରୁ ଇଲେକ୍ଟ୍ର ଲାଇଟ ଅନକରିବା ପରେ ହଟାତ ଟାଙ୍କିରେ ନିଆଁ ଲାଗି ଥିଲା ଯାହା ଫଳରେ ୩ ଜଣ ଗୁରୁତର ହୋଇଥିଲେ।ସୂଚନା ମୁତାବକ ତିନିଜଣ ଆଇଆପା ଦୀକ୍ଷା ନେଇଥିବା ଏକ ଭଡାଘର ନେଇ ରହୁଥିଲେ। ଗ୍ୟାସ ଲିକେଜ ଥିବା କାରଣରୁ, ଇଲେକ୍ଟ୍ର ଲାଇଟ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଥିଲା।ଘର କବାଟ ବନ୍ଦ ଥିଲା ଏବଂ ଦୁଇଜଣ ସୋଇଥିଲେ ଏବଂ ଅନ୍ୟ ଜଣେ ଉଟି ଇଲେକ୍ଟ୍ର ଲାଇଟ ଅନ କରିଥିଲେ।କାଵଟ ବନ୍ଦ ଥିବା ହେତୁ ୩ଜଣ ଅଧିକ ମାତ୍ରାରେ ଗୁରୁତ୍ୱର ହୋଇଛନ୍ତି।

ରାୟଗଡ଼ରୁ ତପନ କାଡ୍ରାକାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *