ବରଡ଼ା ବାଲୁଙ୍କେଶ୍ୱରଙ୍କ ରତ୍ନମୁଦ ପ୍ରତିଷ୍ଠା

ରାୟଗଡ-ଧର୍ମର ମାସ କାର୍ତ୍ତିକ ମାସ। ଏହି ମାସରେ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଭକ୍ତି ଭାବନା ଜାଗ୍ରତ ହୋଇଥାଏ। କାର୍ତ୍ତିକ ଧର୍ମ ମାସରେ ଆଜି ରାୟଗଡର ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ରତ୍ନମୁଦ ପ୍ରତିଷ୍ଠା ଭଳି ସୌଭାଗ୍ୟ ପ୍ରାପ୍ତ କରିଛନ୍ତି।ରାୟଗଡ ପି ଏଚ ଡି ଠାରେ ରାଜରାଜୁଡା ଅମଳରୁ ରହିଥିବା ବରଡ଼ା ବାଲୁଙ୍କେଶ୍ୱରଙ୍କ ନବ ନିର୍ମିତ ମନ୍ଦିରରେ ଆଜି ରତ୍ନମୁଦ ପ୍ରତିଷ୍ଠା ଧୂମ୍ଧାମ୍ରେ ଚାଲିଛି। ଏହି ଉପଲକ୍ଷେ ଗତ ତିନି ଦିନ ଧରି ପଣ୍ଡିତ ମାନଙ୍କ ଦ୍ୱାରା ନୀତିକାନ୍ତି ଅନୁଯାୟୀ ମହା ଆଡମ୍ବରରେ ପୂଜା,ହୋମ,ନାମ ସଂକୀର୍ତ୍ତନ,ଅନ୍ନ ଯଜ୍ଞ,ଘୃତ ଯଜ୍ଞ କାର୍ଯ୍ୟକ୍ରମ ଚାଲିଛି। ଆଜି ଶେଷ ଦିନରେ ରତ୍ନମୁଦ ପ୍ରତିଷ୍ଠା ସହ ପୂର୍ଣାହୁତି କାର୍ଯ୍ୟକ୍ରମ ରହିଛି। ଏହି ଶୁଭ ଅବସରରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ରତ୍ନମୁଦ ପ୍ରତିଷ୍ଠା ରେ ଭାଗନେଇ ଧାନ,ସୁନା,ଟଙ୍କା,ନବରତ୍ନ,କଉଡ଼ି,ଗୁଆ ପ୍ରଦାନ ପୂର୍ବକ ଭାବବିହ୍ଵଳ ହୋଇ ଭଗବାନଙ୍କ ସରଣରେ ଆର୍ଶୀବାଦ ଲାଭ କରିଛନ୍ତି। ଏହି ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଦେବତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ଏବଂ ଶ୍ରଦ୍ଧାଳୁ ଲୋକନାଥ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ହେଉଥିବା ବେଳେ ସ୍ଥାନୀୟ ଭକ୍ତ ରଞ୍ଜନ ରଥ,ମହେନ୍ଦ୍ର ରଥ,ପ୍ରସନ୍ନ ସୁବୁଦ୍ଧି,ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ ତ୍ରିପାଠୀ,ସୁନୀଲ ପଣ୍ଡା,ଗୋପରଞ୍ଜନ ବକ୍ସିପାତ୍ରଙ୍କ ସମ୍ପୁର୍ଣ୍ଣ ସହଯୋଗରେ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି।

ରାୟଗଡ଼ରୁ ସୁରେନ୍ଦ୍ର ରଥଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *