ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ର UV No.୧ ବଡ଼କୁମାରି ଗ୍ରାମରେ ପାଳିତ ହେଉଛି ମା କାଳୀ ଙ୍କ ପୂଜା । ବଡ଼ ଆଡ଼ମ୍ବର ସହ ଦୋକାନ ବଜାର ମିନବଜାର ର ପସରା ରେ ପାଳିତ ହେଉଛି ପୂଜା । ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ସହର ହେଉଛି ଉମରକୋଟ । ଏହି ଅଞ୍ଚଳର ବଙ୍ଗୀୟ ସମ୍ପ୍ରଦାୟ ର 40 ପ୍ରତିଶତ ଲୋକ ବସବାସ କରନ୍ତି । ଏହି ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ବଡ଼ ଆଡ଼ମ୍ବରର ସହ ମା କାଳୀଙ୍କୁ ପୂଜା କରନ୍ତି । ମା କାଳୀଙ୍କ ପୂଜା UV.୧ ର ଗ୍ରାମବାସୀ ଦୀର୍ଘ ୪୫ ବର୍ଷ ହେବ ଛୋଟିଆ ମୂର୍ତ୍ତି ସ୍ଥାପନ କରି ପୂଜା ପାଳନ କରି ଆସୁବିଧା ବେଳେ ଚଳିତ ବର୍ଷ ୫୦ ଫୁଟର ମୂର୍ତ୍ତିରେ ପୂଜା ପାଉଛନ୍ତି ମା କାଳୀ। ଏହି ପୂଜା ଦେଖିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଶହଶହ ଭକ୍ତ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଭକ୍ତ ଙ୍କ ମନୋରଞ୍ଜନ ପାଇଁ ମେଳଣ ମିନାବଜାର ଦୋକାନ ବଜାରର ପସରା ଦର୍ଶକଙ୍କୁ ମୋହିତ କରୁଅଛି। ମିନବଜାର ଭଳି ଅନେକ ଦୋକାନ ବଜାର କମିଟି ପକ୍ଷରୁ ବସାଇ ଥିବା ବେଳେ ବାହାର ରାଜ୍ୟରୁ ବହୁ ଅନେକ ପ୍ରକାର ଘରେଇ ସଯବଟି ଉପକରଣ ଦୋକାନ ଦର୍ଶକ ଙ୍କୁ ପୂଜା ପ୍ରତି ଆକର୍ଷିତ କରୁଛି। ଏହି ପୁଜା କମିଟିର ସଭାପତି ମୁନା ଡାକୁଆ, ଦୀପଙ୍କର, ରାକେଶ ହାଲଦାର, ବିଶ୍ୱଜିତ ବେପାରୀ, ବମକେଶ ବିଶ୍ୱାସ, ବିଶ୍ୱାସ, ପ୍ରସଂଜୀତ ବିଶ୍ୱାସ, ସୁକେଶ ବିଶ୍ୱାସ, ଲକ୍ଷ୍ମୀ ନାରାୟଣ ଦାସ, ଆଶୁତୋଷ ମଣ୍ଡଳ ତଥା ଅନ୍ୟ ସହଯୋଗୀ ଙ୍କ ସହଯୋଗ ରେ ପୂଜା ପାଳନ କରୁଥିବା ବେଳେ ପୋଲିସ ପ୍ରଶାସନର ତରଫରୁ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିବା ଦେଖିବାକୁ ମିଳିଛି। ଏ