ବିଶ୍ୱାସ ରେ ବିଷ ଚୋରି ଗହଣା ଜବତ

ରାଜଗାଙ୍ଗପୁର 5/11/24(ପି ଏନ ଏସ ) ରାଜଗାଙ୍ଗପୁର ସ୍ଥିତ ରାଣୀବନ୍ଦ ନିୟୁ କଲୋନୀ ସ୍ଥିତ ଟ୍ରାନ୍ସପୋର୍ଟ ମାଲିକ ଘରୁ ଲକ୍ଷାଧିକ ଟଙ୍କା ର ଚୋରି ହୋଇଥିବା ସୁନା ଗହଣା କୁ ପୋଲିସ ଜବତ କରିବା ସହ ଆସାମୀ କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣା ଯାଇଛି l ଘଟଣା ରୁ ପ୍ରକାଶ ଯେ ଗତ ଦୀପାବଳୀ ଉପଲକ୍ଷେ ଘର ସଫା କରିବା ପାଇଁ ଟ୍ରାନ୍ସପୋର୍ଟ ମଲ୍ଲିକ ବୀରେନ୍ଦ୍ର ନାଥ ରଥ ବାରୁପଡାର ଜଣେ ମହିଳା କର୍ମଚାରି କୁ ନିୟୋଜିତ କରିଥିଲେ l ବିଶ୍ୱାସ ରେ ଘର ଭିତରେ ସଫେଇ କରୁଥିବା ବେଳେ ତା ଉପରେ ନଜର ନରଖି ଛାଡି ଦେଇଥିଲେ ଏହାର ସୁଯୋଗ ଦେଖି ଘର ଆଲମାରୀ ଭିତରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇ ଯାଇଥିଲା ତାପରଦିନ ଶ୍ରୀମତୀ ରଥ ତାଙ୍କ ଆଲମାରୀ ଖୋଲି ଦେଖିଲେ ସେ ରଖିଥିବା ସୁନା ଅଳଙ୍କାର ସେଠାରେ ନାହିଁ ଘର ଭିତର ଖୋଜି ପାଇ ନଥିଲେ l ସେ ବାଧ୍ୟ ହୋଇ ଥାନାରେ ଲିଖିତ ଏତଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସଫାଇ କରିବାକୁ ଆସି ଥିବା ମହିଳା କର୍ମଚାରୀ ଙ୍କୁ ସନ୍ଦେହ କରି ତାକୁ ତଦନ୍ତ ଭୁକ୍ତ କରି ତାର ଘର କୁ ଯାଇ ଯାଞ୍ଚ କରିବା ବେଳେ ଚୋରି ହୋଇ ଥିବା ଅଳଙ୍କାର ଗୁଡିକ ଗୋଟିଏ ଲୁଗାରେ ଗୁଡ଼ାଇ ଥିବା ପୋଲିସ ଦେଖି ଅଳଙ୍କାର ଗୁଡିକ ଉଦ୍ଧାର କରି ଉକ୍ତ ମହିଳାକୁ ଥାନାକୁ ଆଣି ଅଟକ ରଖି ଥିବା ଜଣା ଯାଇଛି

Leave a Reply

Your email address will not be published. Required fields are marked *