
ଗୁଡାରି (କଳିଙ୍ଗପ୍ରଭା ଟିଭି ) : ରାୟଗଡା ଜିଲ୍ଲା ଗୁଡାରି ସରକାରୀ ଏସ ଏସ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ଗୁଣୁପୁର ପକ୍ଷରୁ “ଜୋ ( ସିପିସି ) ଅଧି ନିୟମ, ବାଧ୍ୟତା ମୂଳକ ଆଇନ ସତର୍କତା ଶିବିର ଅନିଷ୍ଠିତ ହୋଇ ଯାଇଛି l ଏହି କାର୍ଯକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଗମାଙ୍ଗ ଅଧକ୍ଷ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହନେରେବୁଲ ( ସବଜର୍ଜ ) ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, ହନେରେବୁଲ ( ଏସ.ଡ଼ି.ଜି.ଏମ ) ଶ୍ରୀମତୀ ଲକ୍ଷ୍ମୀ ମହାପାତ୍ର, ହନେରେବୁଲ ( ଜେ. ଏମ.ଏଫ.ସି )ପୂନ୍ୟଶ୍ଳୋକ ଦାସ, ଆଡ଼ଭୋକେଟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଲିମା,ଆଡ଼ଭୋକେଟ ଶ୍ରୀମତୀ ସୁନିତା ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ l ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଦେଇ କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ l ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ମାନଙ୍କୁ ପୁଷ୍ପ ଗୁ୍ଚ୍ଚ ଦେଇ ସ୍ୱାଗତ କରିଥିଲେ l “ଜୋ ( ସିପିସି ) ଅଧି ନିୟମ, ବାଧ୍ୟତା ମୂଳକ ଆଇନ ସତର୍କତା ଉପରେ ଉପସ୍ଥିତ ଅତିଥି ମାନଙ୍କ ଠାରୁ ଆଇନ ସେବା ବିଷୟରେ ବିଦ୍ୟାଳୟର ଛାତ୍ରୀ ଓ ଆସିଥିବା ଅଭିର୍ଭାବକ ମାନେ ଅନେକ ଜ୍ଞ୍ୟାନ ଆରୋହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l