
ଯାଜପୁର,( ଅଭିମନ୍ୟୁ ମିଶ୍ର, କଲିଙ୍ଗ ପ୍ରଭା ଟିଭି) : ପୁରୀ-କେନ୍ଦୁଝରଗଡ କୁ ଆସୁଥିବା ରଥ ସ୍ପେଶାଲ କିମ୍ବା ଅନ୍ୟ କୌଣସି ଟ୍ରେନରୁ ଚଳନ୍ତା ଅବସ୍ଥାରେ ଖସି ପଡି ଜଣେ ଯୁବକର ମୃତ୍ୟୁ ହୋଇଛି । ଟାଙ୍ଗରିଆପାଳ ଏବଂ ସୁକିନ୍ଦା ରେଳ ଷ୍ଟେସନ ମଧ୍ୟରେ ମୃତ ଦେହ ମିଳିଛି । ମୃତକଙ୍କ ପରିଚୟ ମିିଳି ପାରିନଥିବାବେଳେ ତାଙ୍କ ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେ ଏକ ନୀଳ ରଙ୍ଗର ହାଫ ପ୍ୟାଣ୍ଟ ଏବଂ ନାଲି ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି । ଆଜି ସାକଳେ ଖବର ପାଇ ଭଦ୍ରକ ରେଳବାଇ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ୍ ତଦନ୍ତ କରିଛନ୍ତି । ମୃତକଙ୍କ ମର ଶରୀରକୁ ଯାଜପୁର ଜିଲ୍ଲା ଦାନଗଦି ଡାକ୍ତରଖାନାରେ ସଂରକ୍ଷଣ କରି ରଖାଯାଇଛି । ଗତକାଲି କାଲି ରାତିରେ ଏହି ଅପମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଭଦ୍ରକ ରେଳବାଇ ଥାନା ଅପମୃତ୍ୟୁ ମାମଲା ସଂଖ୍ୟା ୫୩/୨୦୨୪ରେ ପଂଜିକୃତ ହୋଇ ଏହାର ତଦନ୍ତ କରାଯାଉଛି ବୋଲି ଯାଜପୁରରୋଡ ସ୍ଥିତ ରେଳବାଇ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଚୟ ଏବଂ ଘଟଣାରେ ସହଯୋଗ ପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି ।