ରୋଗୀ ଙ୍କୁ ଫଳମୂଳ ଓ ଛତା ବାଣ୍ଟି ଜନ୍ମ ଦିନ ପାଳନ କଲେ ପ୍ରଫେସର

ଧର୍ମଗଡ:୦୮/୦୬(ସନତ ପ୍ରଧାନୀ): ସମ୍ବଲପୁର ଜ୍ୟୋତି ବିହାର ର ଓଡ଼ିଆ ବିଭାଗ ର ଓଡ଼ିଆ ପ୍ରଫେସର ଡକ୍ଟର ଗୋପୀନାଥ ବାଗ ବିଭିନ୍ନ ସମୟରେ ରୋଗୀ ସେବା କରି ଚର୍ଚ୍ଚା କୁ ଆସିଛନ୍ତି। ସେ ମହାମାରୀ କରୋନା ସମୟରେ ମଧ୍ୟ ରୋଗୀ ଓ ଜନସାଧାରଣ ଙ୍କ ପାଇଁ ସେବା ଯୋଗାଇ ଜଣେ ଦରଦୀ ମଣିଷର ପରିଚୟ ଦେଇଥିବା ବେଳେ ଯେତେବେଲେ କର୍ମମୟ ଜୀବନ ରୁ ଗାଁ କୁ ଆସନ୍ତି ଏମିତି ଜନସେବା କରିଥାନ୍ତି। ଶନିବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଙ୍କୁ ଫଳମୂଳ ସହ ଛତା ବଣ୍ଟନ କରିଥିଲେ। ଏହି ସମାୟ ରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ତତ୍ୱଦର୍ଶୀ ଦାସ, ଯୁବ ସମାଜସେବୀ ଖୁଶିରାମ ରାଉତ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, କମଳାକାନ୍ତ ଚିନ୍ଦା, କ୍ଷୀରସିନ୍ଧୁ ପ୍ରଧାନୀ,ବବୃ ବାହାନ ବିଶି, ବସନ୍ତ ପଟ୍ଟନାୟକ, କର୍ମଚାରୀ କେତନ ପାତ୍ର,କୃଷ୍ଣ ଜିତ ସିଂ ରାଜପୁତ, ଆଶା କର୍ମି ବେଳମତି ଶବର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *