୧୨ ତାରିଖ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ

ବାରିପଦା:(ଦୀନବନ୍ଧୁ ବାରିକ (ଜିଲ୍ଲା ପ୍ରତିନିଧି ମୟୂରଭଞ୍ଜ)) ୦୭.୦୬.୨୦୨୪// ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ନିୟମିତ ପ୍ରବନ୍ଧ ନିମନ୍ତେ ଏହାକୁ ସମସ୍ତ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ପାଇଁ ତା ୧୨.୦୬.୨୦୨୪ ଠାରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସୂଚନା ଏକ ନିର୍ଦ୍ଦେଶନାମା ଜରିଆରେ, ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଗୋଗିନେନି ସୂଚନା ଦେଇଛନ୍ତି।ବିଶେଷ ସୂଚନା ଏହାକି ଯେ, ଶିମିଳିପାଳ ସ୍ଥିତ ପର୍ଯାବରଣ ପର୍ଯ୍ୟଟନ ସ୍ଥଳୀ ଯଥା ଯାମୁଆଣି, ଗୁଡ଼ଗୁଡ଼ିଆ , କୁମାରୀ, ବରେଇପାଣି ଏବଂ ରାମତିର୍ଥ ପ୍ରମୁଖ ଯଥାରୀତି ଭାବରେ ଖୋଲା ରହିବ। ଅଭୟାରଣ୍ୟ ପୁନର୍ବାର ଖୋଲାଯିବାର ତାରିଖ ପ୍ରଶାସନ ପକ୍ଷରୁ ପୁନର୍ବାର ସୂଚିତ କରାଯିବ ।

Leave a Reply

Your email address will not be published. Required fields are marked *