
କୋରାପୁଟ (ସୁନାମ ହନ୍ତାଳ ଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ବିଲେଇ ଗୁଡା ଛକ ଠାରେ ଗାଁ ଆମ୍ବ ପସରା ଆରମ୍ବ କରାଯାଇଛି, ଏଥିରେ ସେମିଲିଗୁଡା ବ୍ଲକ ଅଧ୍ୟକ୍ଷା, ଲିଲି ଅଣ୍ଟାବିରିଆ ମୁଖ ଅଥିତି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ,ଏବଂ ସେମିଲିଗୁଡା ବ୍ଲକ ଏଗ୍ର ପ୍ରଡୁସର କମ୍ପାନୀ ଲିମିଟେଡ଼ ମା କଣ୍ଟା ବାଉଁଣି ଗ୍ରୁପ, ମହିଳା ଚାଷୀ ଉତ୍ପାଦନ କରୁ ଅଛି, ଏଥିରେ ବ୍ଲକର 17 ଗୋଟି ଗ୍ରାମ ପଂଚାୟତ ମହିଳା ନିଯୁକ୍ତି ହୋଇ କାର୍ଯ୍ୟ କରୁଛନ୍ତି, ଏବଂ ସ୍ଥାନୀୟ ଅଂଚଳର ବିଭିନ୍ନ କିସମର ଖାଦ୍ୟ, ସୁଆଁ, ମାଣ୍ଡିଆ, ବିରି, କୋଳଥ, କାଙ୍ଗୁ, ତଥା, ଆମ୍ବ, କଦଳୀ, ଲିଚୁ, ସପୁରି, ଟବେରୀ, ଅମୃତ ବଣ୍ଡା, ଲିମ୍ବୁ, କମଳା, ଆଦି ବଜାର ରୁ କମ ଦରରେ ବିକ୍ରି କରାଯାଉଛି, ଅରମାସ ଅଧୀନରେ ଥିବା ଅଗ୍ର ପ୍ରଡୁସର କଣ୍ଟା ବାଉଁଶଣୀ ଗ୍ରୁପ 2021ରୁ ବର୍ତ୍ତମନ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଅଛି, ଉକ୍ତ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମରେ ସେମିଲିଗୁଡା, ଏଗ୍ର, ପ୍ରଡୁସର, କମ୍ପାନୀର ମୁଖ୍ୟ, ମମତା ଖୋସଲା, ସମ୍ପାଦକ, ଜଗିସ୍ୱିନୀ କୁଲଦୀପ, ବି ଓ ଡି, ସଭ୍ୟା, ପଦିନୀ ଗୁଣ୍ଟା, ସୁରବି ବାଘ, ଲିଲି ବିଷଇ, ପ୍ରମିଳା ଗୁଣ୍ଟା, ପ୍ରମିଳା ହନ୍ତାଳ, ପ୍ରମୁଖ ଉପସ୍ଥିତ ଥିଲେ,ଏବଂ ଏହା ଏକ ମହିଳା ସବିଳମ୍ବୀ ପାଇଁ ଉଦାହରଣ ।