ରୂପାନ୍ତରଣ ଅପେକ୍ଷାରେ ୨ ମନ୍ଦିର.ଧାର୍ମିକ ସ୍ଥଳୀ ବିକାଶ ପାଇଁ ଅଜାଡ଼ିଲେ ଟଙ୍କା.ବାଦ ପଡ଼ିଲା ମହାପ୍ରଭୁ ଓ ମାଉସୀ ମା ମନ୍ଦିର; ମନ୍ଦିର ଉନ୍ନତିକରଣ ପାଇଁ ଶ୍ରଦ୍ଧାଳୁଙ୍କ ଦାବି

ମୁନିଗୁଡା (ରମାକାନ୍ତ ପୋଡ଼ାଲ): ରୂପାନ୍ତରଣ ଅପେକ୍ଷା ରେ ଦୁଇ ଧାର୍ମିକ ସ୍ଥଳୀ । ମନ୍ଦିର ମସଜିଦ ଓ ଚର୍ଚ୍ଚ ଭଳି ସମସ୍ତ ଧାର୍ମିକ ଅନୁଷ୍ଠାନ ବିକାଶ ଓ ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ପାଣ୍ଠି ପ୍ରଦାନ କରିଥିଲେ। ସମ୍ପ୍ରତି କାର୍ଯ୍ୟ ତ୍ୱରିତ ଦିଗରେ ସମ୍ପାଦନ ମଧ୍ୟ ହୋଇଛି। କିନ୍ତୁ ବିଡମ୍ବନା ଵିଷୟ ଏଥିରୁ ବାଦ ପଡିଛି ଅମ୍ବାଦଳା ଅଞ୍ଚଳର ପ୍ରସିଦ୍ଧ ଦାଧିବାମନ ମହାପ୍ରଭୁଙ୍କ ମନ୍ଦିର ଓ ମାଉସୀ ମାଁ ଙ୍କ ମନ୍ଦିର। ପାର୍ଶ୍ୱସ୍ଥ ଅଞ୍ଚଳବାସୀ ଙ୍କ ଭାବାବେଗ ଉକ୍ତ ଧାର୍ମିକ ସ୍ଥଳୀରେ ରହିଥିବା ବେଳେ ଦୈନିକ ସହସ୍ରାଧିକ ଭକ୍ତ ମହାବାହୁ ଙ୍କ ଦର୍ଶନ ଓ ଆଶିଷ ଲାଭ ନିମିତ୍ତ ପ୍ରବଳ ଭିଡ଼ ପରିଲିଖିତ ହୋଇଥାଏ। କିନ୍ତୁ ଉଦାସୀନ ବିଷୟ ରାଜ୍ୟ ସରକାର ଜିଲ୍ଲାର ଅନେକ ଧାର୍ମିକ ପୀଠ ଗୁଡିକ ବିକାଶ ମାନଚିତ୍ରରେ ସାମିଲ କରି କାର୍ଯ୍ୟ କରିଥିଲେ ସୁଦ୍ଧା ଉପେକ୍ଷିତ ଅବସ୍ଥାରେ ରହିଯାଇଛି ଉକ୍ତ ଦୁଇଗୋଟି ମନ୍ଦିର। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆମ୍ବାଦଳା ଆଖପାଖ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ରୁପାନ୍ତରିକରଣ ତଥା ଧର୍ମାନୁଷ୍ଠାନ ଗୁଡ଼ିକର ନବ ନିର୍ମାଣ ଓ ପୁରାତନ ଧର୍ମାନୁଷ୍ଠାନ ଗୁଡ଼ିକର ରୂପାନ୍ତରିକରଣ ହେଉଛି ହେଲେ କିଛି ପ୍ରଶାସନିକ ଅଧିକାରୀ ଓ କୁଜି ନେତା ମାନଙ୍କ ଆନ୍ତରିକତା ଅଭାବ ଯୋଗୁ ଅମ୍ବାଦଳାର ବହୁ ପୁରାତନ ଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିର ଆଜିବି ରୂପାନ୍ତରିତ ଅପେକ୍ଷାରେ । ରାୟଗଡ଼ ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସହରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ନୂତନ ମନ୍ଦିର, ମସଜିଦ, ଓ ଚର୍ଚ୍ଚ ନିର୍ମାଣ ଓ ରୁପାନ୍ତାରିକରଣ ପାଇଁ କୋଟି କୋଟି ଟଙ୍କାର ବର୍ଷା ହେଉଥିଲେ ସୁଦ୍ଧା ହେଉଥିଲେ ସୁଦ୍ଧା ମହାପ୍ରଭୁ ଓ ମାଉସୀ ମାଙ୍କୁ ଉପେକ୍ଷା କରାଯାଇଥିବା ଅଞ୍ଚଳର ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଏହା ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେଉଛି ।ଦୀର୍ଘ ବର୍ଷ ହେଲା ଅମ୍ବାଦଳା ସହରରେ ଦଧିବାମନ ମହାପ୍ରଭୁଙ୍କ ମନ୍ଦିର ଓ ମାଉସୀ ମା ମନ୍ଦିର ନିର୍ମାଣ ହୋଇ ଥିଲେ ସୁଦ୍ଧା ସରକାରଙ୍କ ଯୋଜନା ମାଧ୍ୟମରେ ରୂପାନ୍ତାରିକରଣ ପାଇଁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ। ସରକାରି ଟଙ୍କା ଅପବ୍ୟୟ କରି ଛାୟା ଧର୍ମାନୁଷ୍ଠାନ ନିର୍ମାଣ କରାଯାଉଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଇଁ ପାଣ୍ଠି ନଦେଇ ଜଗନ୍ନାଥଙ୍କୁ ଉପେକ୍ଷା କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର ଉନ୍ନତିକରଣ ପାଇଁ ଶ୍ରଦ୍ଧାଳୁଙ୍କ ଦାବୀ ଜୋର୍ ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *