ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ

ନବରଙ୍ଗପୁର( ଅନିଲ ପ୍ରଭାତ ଭତ୍ରା) –— ଚାଷ କାମ ପାଇଁ ପଇସା ମାଗିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ | ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ହୋଇଛି | ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ନୀଳଗୁଣ୍ଡିଗୁଡାରେ ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି | ବୁଧବାର ମଧ୍ୟାହ୍ନ 12.30ରେ ଏନେଇ ଏତଲା ହୋଇଛି | ଅମିଲାଲ ଖୁରାଙ୍କ ଏତଲା ମୁତାବକ ମଙ୍ଗଳବାର 7ଟା ସମୟରେ ଘରେ ବାପା ନବୀନ ଖୁରା ଥିବା ସମୟରେ ସାନ ଭାଇ ସଲମନ ଖୁରା ଆସି ଜମି ଚାଷ ପାଇଁ 2000/- ମାଗିଥିଲେ | ବୁଧବାର ସକାଳ ସୁଦ୍ଧା ଦେବାକୁ ବାପାଙ୍କୁ କହିଥିଲେ | ଏହାକୁ ନେଇ ବାପା ନବୀନ ଓ ସଲମନ ମଧ୍ୟରେ ବଚସା ହୋଇଥିଲା | ନବୀନ ଏକ ଧାରୁଆ ଛୁରୀରେ ସଲମନଙ୍କ ବାମ ଛାତିରେ ଆକ୍ରମଣ କରିବାରୁ ରକ୍ତାକ୍ତ ହୋଇ ସଲମନ ଟଳିପଡି ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ପୋଲିସ ଖବର ପାଇ କେସ ନମ୍ବର 120/24 ରେ ମାମଲା ରୁଜୁ କରି ଶବ ବ୍ୟାବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *