ଆବାସ ଯୋଜନାରେ ଘର ଖଣ୍ଡିଏ ସକାଶେ ଦିନ ଗଣି ଗଣି ଚାଲିଗଲା ଭିନ୍ନକ୍ଷମ ହିତାଧିକାରୀଙ୍କ ଜୀବନ

ଜୁନାଗଡ଼, ( ବ୍ୟୁରୋ ରିପୋର୍ଟ): ଗରିବ ହିତାଧିକାରୀଙ୍କୁ ସରକାର ଘର ଯୋଗାଇଦେବା ପାଇଁ ଆବାସ ଯୋଜନା ର ବ୍ୟବସ୍ଥା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଦାସୀ ଗାଁ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମରେ କିନ୍ତୁ ଦେଖିବାକୁ ମିଳିଛି ସମ୍ପୁର୍ଣ୍ଣ ଭିନ୍ନ ଚିତ୍ର l ଉକ୍ତ ଗ୍ରାମର ଜଣେ ନିତାନ୍ତ ଗରୀବ ଭିନ୍ନକ୍ଷମ ହିତାଧିକାରୀ ଭୁଜବଳ ସଗଡିଆ ଆବାସ ଜୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ବ୍ଲକ୍ କାଯ୍ୟାଳୟ ପଯ୍ୟନ୍ତ ଦଉଡି ଦଉଡି ନିରାଶ ହୋଇପଡିଥିବା ବେଳେ ଶେଷରେ ତାଙ୍କର ଜୀବନ ଚାଲିଯାଇଥିବା ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିଛି। ବର୍ତ୍ତମାନ ଘରେ ତାଙ୍କର ବିଧବା ମା ଓ ସ୍ତ୍ରୀ ତଥା ଚାରି ଜଣ ସନ୍ତାନ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି lପ୍ରାପ୍ତ ସୁଚନାମତେ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ତାଳପଦର ଗ୍ରାମର ୩୩ ବର୍ଷିୟ ଜୁବକ ଭୁଜବଳ ସଗଡିଆ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଦୀର୍ଘ ବର୍ଷ ଧରି ସେ ଏକ ଭଙ୍ଗା ଦଦରା ଘରେ ନିଜ ବିଧବା ମା ,ସ୍ତ୍ରୀ ଓ ଚାରି ପୁଅଝିଅ ଙ୍କ ସହ ବସବାସ କରିଆସୁଥିଲେ l ଏତେ ବଡ ପରିବାର ର ଭରଣପୋଷଣ କରିବା ସକାଶେ ତାଙ୍କ ନିକଟରେ କୈଣସି ସାଧନ ନ ଥିବାରୁ ସେ ବାଧ୍ୟ ହୋଇ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ l ଭିନ୍ନକ୍ଷମ ହୋଇଥିଲେ ବି ସେ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ l ବର୍ଷା ଶୀତ କାକର ତଥା ଭୟଙ୍କର ଗରମ ରେ ମଧ୍ୟ ତାଙ୍କ ସେହି ଭଙ୍ଗାଦଦରା କୁଡିଆ ଖଣ୍ଡକ ହିଁ ଥିଲା ତାଙ୍କ ପରିବାର ଏକମାତ୍ର ସାହାରା l ତେବେ ଅର୍ଥ ଅଭାବରୁ ସେ ଘରକୁ ମରାମତି ମଧ୍ୟ କରିପାରୁ ନ ଥିଲେ I ଆବାସ ଜୋଜନା ରେ ଘର ଖଣ୍ଡିଏ ମିଳିଲେ ପରିବାରର ଅସୁବିଧା କିଛିମାତ୍ରାରେ ଦୁର ହେବା ସହ ମୁଣ୍ଡ ଗୁଞ୍ଜିବାକୁ ସାହାରା ମିଳିପାରିବ ଭାବି ସେ ଦୀର୍ଘ ବର୍ଷ ହେବ ଘର ଖଣ୍ଡିକ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବହୁବାର ଦଉଡ଼ି ଦଉଡି ନୟାନ୍ତ ହୋଇଥିବାବେଳେ ତାଙ୍କୁ କେବଳ ଶୁଖିଲା ପ୍ରତିଶ୍ରୁତି ଛଡା ଆଉ କିଛି ମିଳି ନ ଥିଲା l ଏପରିକି ସ୍ଥାନୀୟ ବିଧାୟକ ଓ ପ୍ରସାଶନିକ ଅଧିକାରୀ ଙ୍କୁ ମଧ୍ୟ ନିଜ ଦୁଖ ଜଣାଇ କିଛି ସୁଫଳ ମିଳି ନଥିବା ଅଭିଜୋଗ ହୋଇଛି। କଥାରେ ଅଛି ” ଲୁଣ ଖାଏ ହାଣ୍ଡି ଓ ଚିନ୍ତା ଖାଏ ଗଣ୍ଡି ” ..ଘର ଖଣ୍ଡିଏ ପାଇବା ଚିନ୍ତାରେ ସଢି ସଢି ଭୁଜବଳ ଶେଷରେ ଚଳିତ ମଇ ମାସ ୮ ତାରିଖ ଦିନ ଚାଲିଗଲେ ଆର ପାରିକୁ l ତେବେ ତାଙ୍କ ପଛରେ ଛାଡିଦେଲେ ନିତାନ୍ତ ଅସହାୟ ଅବସ୍ଥାରେ ଚାରି ସନ୍ତାନ ଏବଂ ବିଧବା ମା ଓ ସ୍ତ୍ରୀ l ଭୁଜବଳ ଙ୍କ ଅକାଳମୃତ୍ୟୁ ପରେ ତାଙ୍କ ପରିବାରର ବିଧବା ମା ଓ ସ୍ତ୍ରୀ ତଥା ଚାରି ପୁଅଝିଅ ଅନାଥ ହୋଇ ଯାଇ ଥିବାବେଳେ ସେମାନେ କେମିତି ଚଳିବେ , ଚାରି ପୁଅଝିଅ ଙ୍କ ଭରଣପୋଷଣ ସହ ସେମାନଙ୍କ ପାଠ ପଢା ଖର୍ଚ୍ଚ କେଉଁଠୁ ଆସିବ ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି l ତେଣୁ ମ୍ରୁତ ଭିନ୍ନକ୍ଷମ ଭୁଜବଳ ଙ୍କ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ତାଙ୍କ ପୁଅ ଝିଅ ମାନଙ୍କ ସକାଶେ ଉତ୍ତମ ଶିକ୍ଷା ର ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ପ୍ରଶାସନ ତଥା ସରକାର ଙ୍କ ନିକଟରେ ଦାବୀ ଜଣାଇଛନ୍ତି ତାଳପଦର ଗ୍ରାମବାସୀ l

Leave a Reply

Your email address will not be published. Required fields are marked *