
ବାରିପଦା (ଦୀନବନ୍ଧୁ ବାରିକ): ମୟୂରଭଞ୍ଜ ଜିଲ୍ଲାରେ “ଆଶା ଭରସା” ନାମର ଏକ ନୂତନ ରାଜନୈତିକ ପାର୍ଟି ଗଠନ ହୋଇଛି । ଏହା ଚଳିତ ୨୦୨୪ ନିର୍ବାଚନ ରେ ମୟୂରଭଞ୍ଜ ଲୋକସଭା ଓ ଆଠ ଗୋଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିବାବେଳେ ଉଦଳା-୩୧ ବିଧାନସଭା ପାଇଁ ଶ୍ରୀମତୀ ମିନାକ୍ଷୀ ମୁର୍ମୁଙ୍କୁ ଟିକଟ ପ୍ରଦାନକରା ଯାଇଛି । ଶ୍ରୀମତୀ ମୁର୍ମୁ ତାଙ୍କ ନିର୍ବାଚନ ପ୍ରଚାର ଯୋରଦାର କରିବାକୁ ଯାଇ ହୋଟେଲ ସିପ୍ରନଠାରେ ତା୨୮\୦୫\୨୪, ସଂନ୍ଧ୍ଯା ୬ଘଟିକା ସମୟରେ ଏକ ପ୍ରେସ୍ ମିଟ୍ ଡାକିଥିଲେ । ଶ୍ରୀମତୀ ମୁର୍ମୁ “ଆଶା ଭରସା” ପାର୍ଟିର ସୂଚନା ପ୍ରଦାନ କରିବା ସହିତ ତାଙ୍କ ପ୍ରାର୍ଥୀତ୍ବର ସାକାର ପାଇଁ ପ୍ରଚାର ପ୍ରସାରକୁ ଶାଣିତ କରିବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ ।