ଅଘଟଣ : କୂଅ ରେ ପଡି ମହିଳା ମୃତ

କୁତ୍ରା (ରିପୋର୍ଟ:ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ତେଲିଘନା ମଙ୍ଗାପଡା ଗ୍ରାମରେ ଆଜି ଏକ ଦୁର୍ଘଟଣାରେ ଜନୈକ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟି ଥିବା ଖବର ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସୁବାସ ମିଞ୍ଜ ଙ୍କ ସ୍ତ୍ରୀ  ଗୀତା ଏକ୍କା (୨୧) ନିଜ ଘର ନିକଟସ୍ଥ ବିଲ କୁ ଭୋର ରୁ ଶୌଚ ପାଇଁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରିଥିବାବେଳେ  ତାଙ୍କ ଚପଲ କୂଅ ରେ ଭାସୁଥିବା ଦେଖି ଥିଲେ।ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଜଣାଇବାରୁ ବୁଡାଳି ମାନେ ଆସି କୂଅଭିତରୁ ଶବ ଟିକୁ ବାହାର କରିଥିଲେ। ଏହାପରେ  ଗୀତା କୁ କୁତ୍ରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି  ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର କୁ ପଠାଇ ଘଟଣା ର ତଦନ୍ତ କରୁଛି।ସୂଚନା ଏହିକି ଯେ  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଥାକ୍ରମେ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗ୍ରାମାଞ୍ଚଳରେ ପକ୍କାଘର ସହିତ ପାଇଖାନା ନିର୍ମାଣ କରାଯାଉଥିବା ଡିଣ୍ଡିମ ପିଟୁଥିବା ବେଳେ ମହିଳା ଜଣକ ଶୌଚ ପାଇଁ ଯାଇ ‘ଖୋଲା କୂଅ ରେ ପଡି ମହିଳା ଙ୍କ ମୃତ୍ୟୁ’ ଆଇନକୁ ଆଖି ଠାର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । 

Leave a Reply

Your email address will not be published. Required fields are marked *