ଡାଲମିଆଁ ଭାରତ ଲିମିଟେଡ଼ ର ‘ଦୀକ୍ଷା’ ତାଲିମ କେନ୍ଦ୍ର ନାରୀ ସଶକ୍ତିକରଣ ର ଉତ୍ସ

କୁତ୍ରା (ରିପୋର୍ଟ:ଦେବେନ୍ଦ୍ର ପୁରୋହିତ): ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆଁ ଭାରତ ଲିମିଟେଡ଼ ସି ଏସ୍ ଆର ପକ୍ଷରୁ ବେକାରୀ ସମସ୍ୟା ଦୂରୀକରଣ ତଥା କର୍ମସଂସ୍ଥାନ ନିମନ୍ତେ ଗଠିତ ‘ଦୀକ୍ଷା’ ତାଲିମ କେନ୍ଦ୍ର ମାଧ୍ୟମ ରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କଟାଲିମ ପ୍ରଦାନ କରାଯାଉଛି। ଏହି କ୍ରମରେ କୁତ୍ରା ବ୍ଲକ ଅନ୍ତର୍ଗତ ଲାଞ୍ଜିବେର୍ଣାଠାରେ କେନ୍ଦ୍ରରେ ଅଧ୍ୟୟନକରୁ ଥିବା ପ୍ରଥମ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ତାଲିମ ଶେଷ ହୋଇଥିବା ଏବଂ ସେମାନେ ସଫଳତା ର ସହ କୃତକାର୍ଯ୍ୟ ହୋଇଥିବାରୁ କମ୍ପାନୀ ପକ୍ଷରୁ ଏକ ସମ୍ବରଧାମ ସଭା ଆୟୋଜିତ ହୋଇଥିଲା।ଡିବିଏଲ କମ୍ପାନୀ  ରାଜଗାଙ୍ଗପୁର ଶାଖା ର  ନିର୍ବାହୀ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତଵ ମୁଖ୍ୟ ଅତିଥି ରୂପେ ଯୋଗଦେଇ  ଦୀକ୍ଷା ତାଲିମ କେନ୍ଦ୍ର ଦ୍ୱାରା  ସ୍ଥାନୀୟ ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନେ  ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମତ  ପୋଷଣ  କରିଥିଲେ ।ଏହି କେନ୍ଦ୍ର ରେ ପ୍ରଥମ ବ୍ୟାଚ ରେ ୩୦ ଜଣ ତାଲିମ ଗ୍ରହୀତା  ଙ୍କ ମଧ୍ୟରୁ ୨୯ ଜଣ ମହିଳା ଥିଲେ ଓ ଜଣେ ପୁରୁଷ ଥିଲେ । ତେବେ ସମସ୍ତେ ସଫଳତାର ସହ ତାଲିମ ରେ କୃତକାର୍ଯ୍ୟ ହୋଇଥିଲେ। ବର୍ତ୍ତମାନ ଏହି କେନ୍ଦ୍ର ରେ ଜେନେରଲ ଡ୍ୟୁଟି ଆସିସ୍ଟଣ୍ତ, ସିଲେଇ ମେସିନ ଚାଳନ ଓ ବ୍ୟବସାୟିକ ବିନିମୟ ସହାୟକ ଇତ୍ୟାଦି ବିଷୟ ରେ ତାଲିମ ପ୍ରଦାନ କରାଯାଉ ଅଛି।ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ରାଉରକେଲା,ଶ୍ରୀ ରମେଶ ଚନ୍ଦ୍ର କିଷାନ ଓ ଦୀକ୍ଷା କେନ୍ଦ୍ର ପରିଚାଳକ ଶ୍ରୀ ଜଗନ୍ନାଥ ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ।ସୂଚନା ଏହିକି ଯେ ଏହି ତାଲିମ କେନ୍ଦ୍ର ରେ ମହିଳା ତଥା ଯୁବତୀ ମନେ ବେଶ ଆଗ୍ରହ ର ସହ ତାଲିମ ଗ୍ରହଣ କରିଥିବାରୁ  ଭବିଷ୍ୟତ ରେ ନାରୀ ସଶକ୍ତିକରଣ ର ଏହା ଏକ ମୁଖ୍ୟ ଉତ୍ସ ହୋଇ ପାରିବ ବୋଲି ସାଧାରଣରେ  ଆଶା ପ୍ରକାଶ ପାଇଛି। 

Leave a Reply

Your email address will not be published. Required fields are marked *