ପଦ୍ମପୁର: ପାଣି ପାଇଁ ରାସ୍ତା ରୋକ କଲେ ଗ୍ରାମବାସୀ

ବରଗଡ଼/ ପଦ୍ମପୁର :– (କାର୍ତ୍ତିକ ବରିହା): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମପଞ୍ଚାୟତ ର ଖଇର ପାଲି ଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁ ରେ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଓଭର୍ ଟ୍ୟାଙ୍କ ନିର୍ମାଣ ହୋଇଥିଲେ ସୁଦ୍ଧା ନିର୍ମାଣ ତଥା ପରିଚାଳନା ଗତ ତୃଟି ଯୋଗୁଁ ଗାଁ ର ଗଣ୍ଡା ପଡ଼ା, ବେତ୍ରା ପଡ଼ା, ଏବଂ ବରିହା ପଡ଼ା ବାସୀ ପାଣି ପାଇପାରୁ ନାହାନ୍ତି । ଗତ ପାଞ୍ଚ ଦିନ ହେଲା ଟ୍ୟାଙ୍କ ପରିଚାଳନାରେ ତୃଟି ଯୋଗୁଁ ଗ୍ରାମବାସୀ ପାଣି ପାଇପାରୁ ନ ଥିବା କଥା ଗାଁ ବାସୀ କହୁ ଛନ୍ତି । ତେଣୁ ମହିଳା ମାନେ ପାଣି ଗରା ଆଣି ଗାଇସିଲେଟ – ପଦ୍ମପୁର ମୁଖ୍ୟ ରାସ୍ତା କୁ ରୋକ କରି ରଖିଥିଲେ । ଏଥିରେ ପଡ଼ା ବାସୀ ସମସ୍ତ ପୁରୁଷ ମହିଳା ସହଯୋଗ କରିଥିଲେ । ପରେ ସମିତି ସଭ୍ୟ ଶ୍ରୀମତୀ ସାବିତ୍ରୀ ଚାନ୍ଦ ଓ ପଦ୍ମପୁର ପୋଲିସ ଟିମ୍ ଆସି ସମସ୍ତଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ୍ ବନ୍ଦ ହୋଇଥିଲା । 

Leave a Reply

Your email address will not be published. Required fields are marked *