ମେଟ୍ରିକ ପରୀକ୍ଷାଫଳ: ୫୫୧ ନମ୍ବର ରଖି ତରକେରା ଛାତ୍ରୀ କୁତ୍ରା ବ୍ଲକ ଟପ୍ପର

କୁତ୍ରା (ରିପୋର୍ଟ: ଦେବେନ୍ଦ୍ର ପୁରୋହିତ ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ବଣ ପାହାଡ ଘେରା ନୂଆଗାଁ ଗ୍ରାମ ପଞ୍ଚାୟତର ଉପାନ୍ତ ଗାଁ ଝରେନ । ବାପା ମା ଦିନମଜୁରିଆ ବିଲରେ ଖଟିଲେ ଗୁଜୁରାଣ ମେଣ୍ଟେ । ବାପା ସାରାନ କେର୍କେଟା ମା ପ୍ରେମଶିଲା କେର୍କେଟା ଙ୍କ ବଡ ପୁଅ ସାଜିତ କେର୍କେଟା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୫୪୭ ମାର୍କ ରଖି ଏ ୱାନ ଗ୍ରେଡରେ ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବ ବଢାଇଛନ୍ତି  । ୨୦୨୧ ମସିହା କରୋନା ମହାମାରୀ ସମୟରେ ଆସି କୁତ୍ରା ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇ ଛାତ୍ରାବାସରେ ରହି ପାଠ ପଢା ଆରମ୍ଭ କରି ଥିଲେ ସାଜିତ।  ଅତ୍ୟନ୍ତ ଶାନ୍ତ ସ୍ବଭାବ ପିଲା ସେ। ଅଳ୍ପ ଦିନ ମଧ୍ୟରେ  ପାଠପଢା ରେ ମନୋନିବେଶ କରି  ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନଜରକୁ ଆସିପାରି ଥିଲେ । ସେ ମେଟ୍ରିକ ପରୀକ୍ଷା ର ତିନିମାସ ପୂର୍ବରୁ ପ୍ରତିଦିନ ୧୫ ଘଣ୍ଟା ପାଠପଢୁଥିବା କହିଛନ୍ତି । ଏଥିପାଇଁ ସେ ମୋ ସ୍କୁଲ ଅଭିଯାନ ଓ ୫ଟି କୁ ତାଙ୍କ ଶ୍ରେୟ ପ୍ରଦାନ କରିଛନ୍ତି ।  ବିଦ୍ୟାଳୟରେ ୫ଟି ଆସିବା ଦ୍ବାରା ସ୍ମାର୍ଟ ବୋର୍ଡରେ ପାଠ ପଢୁଥିଲେ ଯାହାକି ତାଙ୍କୁସଫଳ କରିବାରେ ବେଶ ସାହାଯ୍ୟ  କରିଛି ବୋଲି ଜଣାଇଛନ୍ତି। ହଜାର ହଜାର ପ୍ରଶ୍ନ ପତ୍ର ସ୍ମାର୍ଟ ବୋର୍ଡରେ ଥିବାରୁ ବାରମ୍ବାର ଅଭ୍ୟାସ ତାଙ୍କୁ ଏହି ସଫଳତା ପ୍ରଦାନ କରିଥିବା କହିଛନ୍ତି। କିଛି ପାଠ ଅବୁଝା ରହିଲେ ଗୁରୁ ମାନଙ୍କ ପାଖକୁ ଯାଇ  ବୁଝି ନେଉଥିଲେ। ବିଦ୍ୟାଳୟର  ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ  ବିଭୀଷଣ ବାରିକ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱବାଧାନରେ ରହିବା ସହିତ ପାଠପଢାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଏହି ସଫଳତା ଜଣାପଡିବା ପରେ ଅନୁଷ୍ଠାନରେ ଖୁସିର ଲହରୀ ଖେଳିଯିବା ସହିତ ବରିଷ୍ଠ ଶିକ୍ଷକ ବିଭୀଷଣ ବାରିକ, ଦୀପିକା କେର୍କେଟା ସମେତ ସମସ୍ତ କର୍ମଚାରୀ ଦିଲ୍ଲୀପ ବେହେରା,ଜାନକୀ ସିଂ,ବାବୁଲାଲ ଟପ୍ପୋ ତାଙ୍କୁ ସମ୍ବର୍ଧନା ଜ୍ଞାପନ କରିଛନ୍ତି । ଏହି ସଫଳତା ପାଇଁ ସେ ନିଜ ବାପା ମା ଓ ଗୁରୁଜନଙ୍କୁ ପ୍ରଦାନ କରିବା ସହିତ ଭବିଷ୍ୟତରେ ସେ ପାଇଲଟ୍ ହେବାପାଇଁ ସ୍ବପ୍ନ ରଖିଛନ୍ତି । ସେଇଭଳି ବାପା କହ୍ନେଇ ସାହୁ ଓ ମା ଜାନକୀ ସାହୁଙ୍କ ଝିଅ ତଥା ତରକେରା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନେହା ସାହୁ ଚଳିତ ମେଟ୍ରିକ ପରୀକ୍ଷାରେ ୫୫୧ ନମ୍ବର ରଖି ଏ ୱାନ୍ ଗ୍ରେଡରେ ପାସ ହୋଇ ବିଦ୍ୟାଳୟର ନାଁ ରଖିଛନ୍ତି । ସେ ପ୍ରତିଦିନ ସାକାଳ ୭ ରୁ ପାଠପଢା ଆରମ୍ଭ କରି ରାତ୍ରି ୧୦ ଟା ଯାଏଁ  ପଢୁଥିବା କହିଛନ୍ତି । ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି । ସେ ବର୍ତ୍ତମାନ ଡାକ୍ତର ହେବା ପାଇଁ  ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ପ୍ରଧାନଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀଙ୍କ ତରଫରୁ ସମ୍ବର୍ଧନା ଜ୍ଞାପନ କରିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ଦୁଇ ଛାତ୍ର ଛାତ୍ରୀଙ୍କ ସଫଳତା ତାଙ୍କୁ ଆହୁରି ଶୀର୍ଷ କୁ ନେଇଯାଉ  ବୋଲି ଗୁରୁଜନ ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *