
ନୂଆପଡା (ଯୁଗଳ କିଶୋର ମହାନନ୍ଦ ଙ୍କ ରିପୋର୍ଟ): ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରା ପତରିଆ ବାଘ ଛାଲକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ନେଇ ଖଡ଼ିଆଳ ବନ୍ ବିଭାଗ ବିଶେଷ ସୂତ୍ର ରୁ ଖବର ପାଇଥିଲେ। ବନ କର୍ମଚାରୀ ଗ୍ରାହକ ସାଜି ସେମାନଙ୍କ ସହ ମୁଲଚାଲ କରିବା ସହ ସମସ୍ତଙ୍କୁ ଗିରଫ କରିଥିଲେ।ଘଟଣା ସ୍ଥଳରୁ ବାଘ ଛାଲ ଜବତ୍ ହୋଇଥିବା ବେଳେ ବାଘ କୁ ମାରି ବିକ୍ରି କାରବାର ରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛନ୍ତି। ବାଘଟି ୪ ବର୍ଷର ହୋଇଥିବା ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରମେଶ ମାଝୀ (40), ଯଦୁ ପହଁରିଆ (31), ଛିନୁ ପହଁରିଆ (60), ପବିତ୍ର ମାଝୀ (39), ତୁଳସୀରାମ ପରାଭୂଇ (35) ବୋଲି ସୂଚନା ମିଳିଛି l ଏନେଇ ଖଡ଼ିଆଳ ବନାଞ୍ଚଳ କାର୍ଯ୍ୟାଳୟରେ ଏକ କେଶ ନମ୍ବର OR64/2024-25 ରୁଜୁ ହୋଇ ବନଖଣ୍ଡ ଆଇନ ଧାରା ଅଣ୍ଡର ସେକ୍ସନ 9,39,44,49(A),49(B) ଆଇନ ବଳରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି l ଅଭିଯୁକ୍ତଙ୍କ ଠାରୁ ଦୁଇ ଗୋଟି ବାଇକ୍, ପାଞ୍ଚ ଗୋଟି ମୋବାଇଲ ଫୋନ ଜବତ ହୋଇଛି। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀ ରେ ଏନେଇ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଖଡ଼ିଆଳ ଏସିଏଫ ମହମ୍ମଦ ସାଳିହା, ଖଡ଼ିଆଳ ରେଞ୍ଜର ସଂସ୍କୃତି ବଡ ନାୟକ, ଖଡ଼ିଆଳ ଫରେଷ୍ଟର କନ୍ଦର୍ପ ସୁନାନୀ, ସାନମହେଶ୍ୱର ଫରେଷ୍ଟର ଧର୍ମେନ୍ଦ୍ର ନାୟକ,ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ମିତାରାଣୀ ସାହୁ, ପ୍ରସନ୍ନ ହଂସ ପ୍ରମୁଖ ସାମିଲ ଥିଲେ l କଲରାପତରିଆ ବାଘ କୁ ମାରି ଛାଲ ବିକ୍ରି ପାଇଁ ଉଦ୍ୟମ ହେଉଥିବା ନେଇ ପଡୋଶୀ ଛତିଶଗ଼ଡ଼ ରାଜ୍ୟର ସୀତା ନନ୍ଦୀ ଅଭୟାରଣ୍ୟରୁ ବନ ବିଭାଗକୁ ଖବର ମିଳିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।