
ଭବାନୀପାଟଣା ( ଶୁଭେନ୍ଦୁ କୁମାର ପଣ୍ଡାଙ୍କ ରିପୋର୍ଟ )
ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଈଶାନେଶ୍ୱର ନେଗୀ ୫୪୬ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ଈଶାନେଶ୍ୱର ଧର୍ମଗଡ଼ ବ୍ଲକ କାଶୀବାହାଲ ଗ୍ରାମର ଭବାନୀ ଶଙ୍କର ନେଗି ଏବଂ ମହେଶ୍ୱତା ନେଗୀଙ୍କ ସୁପୁତ୍ର l ଈଶାନେଶ୍ୱର ତାଙ୍କ ଏହି ସଫଳତାପାଇଁ ନିଜସ୍ୱ ପରିଶ୍ରମ ସହ ପିତା, ମାତା ଗୁରୁଜନ ଏବଂ ଵିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ପରିଚାଳନା କମିଟିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସେହିଭଳି ବୈଶମ୍ପା ମେହେର ୫୪୩ ନମ୍ବର, ସୁଜିତ କୁମାର ସାହୁ ୫୪୦ ନମ୍ୱର ସହ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ଚଳିତ ବର୍ଷ ଵିଦ୍ୟାଳୟର ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୨୭ ଜଣ ଛାତ୍ରଛାତ୍ରୀ, ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ୪୯ ଜଣ ଛାତ୍ରଛାତ୍ରୀ ଏବଂ ୨୬୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହିତ ପ୍ରଗତି କଲେଜର ପରୀକ୍ଷା ଫଳାଫଳ ଶତ ପ୍ରତିଶତ ରହିଥିବା ଵିଦ୍ୟାଳୟର ସମ୍ପାଦକ ଅଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି l ଵିଦ୍ୟାଳୟର ପରୀକ୍ଷା ଫଳ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟ କରିବା ସହିତ ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରସଂଶା କରିଛନ୍ତି । ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାର ପରସନ ସଂଗୀତା ପଣ୍ଡା ଏବଂ ସମ୍ପାଦକ ଅଜୟ କୁମାର ପଣ୍ଡା ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।