ହରଭଙ୍ଗା: ପୋଖରୀ ହୁଡ଼ା ଗଛରୁ ମୃତ ଦେହ ଉଦ୍ଧlର

ହରଭଙ୍ଗା (ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି ): ପୋଖରୀ ହୁଡା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବୌଦ୍ଧ ପୋଲିସ l ହତ୍ୟା କରି କେହି ଗଛରେ ଝୁଲାଇ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ଘଟଣା ଅନୁଯାଇ ବୌଦ୍ଧ ଥାନା ମାଉଲସିଙ୍ଗା ଗ୍ରାମ ପୋଖରୀ ହୁଡା ନିକଟ ଏକ ଗଛରୁ ଆଜି ସକାଳୁ ଗ୍ରାମବାସୀ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହକୁ ଦେଖି ବୌଦ୍ଧ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ବୌଦ୍ଧ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ l ମୃତକ ଜଣକ ବାପୁଜୀ ନଗର ସୁଜିତ ଦେହୁରୀ ବୋଲି ପରିବାର ଲୋକେ ଚିନ୍ହଟ କରିଛନ୍ତି l ଏହା ଏକ ଷଡଯନ୍ତ୍ର ହତ୍ୟା କାଣ୍ଡ ଓ କେହି ତାକୁ ହତ୍ୟା କରି ଗଛରେ ଦଉଡି ଦେଇଥିବା ପରିକଳ୍ପନା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ lସେପଟେ ମୃତ ଦେହ ଉଦ୍ଧାର କରି ତଦନ୍ତ ପରେ ସବୁ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *