
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୧୧/୧୦/୨୩: ଘୁମୁସର ଜିଲ୍ଲା ଘୋଷଣା ଦାବିରେ ଆଜି ୪୦ରୁ ଉର୍ଦ୍ଧ୍ବ ସଂଗଠନ ସହଯୋଗରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକ୍ ରେ ୧୨ ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି । ଫଳରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକ୍ ରେ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ବ୍ୟାଙ୍କ୍, ସ୍କୁଲ କଲେଜ ପ୍ରଭୃତି ବନ୍ଦ ରହିଥିଲା । ଜନ ସାଧାରଣ ସ୍ଵତଃ ଏହି ବନ୍ଦ ପାଳନକୁ ସ୍ବାଗତ କରିବା ସହ ସହଯୋଗ ମଧ୍ୟ କରିଥିଲେ । ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଙ୍ଗଠନ ତରଫରୁ ବେଲଗୁଣ୍ଠା ସହରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା । ଘୁମୁସର ସେବା ସଂଗଠନ, ଘୁମୁସର ବାହିନୀ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମିଡ଼ିଆ କ୍ଳବ୍ ସଦସ୍ୟ ମାନେ ଏହି ବନ୍ଦ ପାଳନରେ ସାମିଲ ହୋଇ ବେଲଗୁଣ୍ଠା ସହର ଓ ବ୍ଲକ୍ ର ଗୋବରା ଠାରେ ମୁଖ୍ୟ ରାସ୍ତା ଅବରୋଧ କରି ବନ୍ଦ ପାଳନରେ ସହଯୋଗ କରିଥିଲେ ।
ସକାଳ ୬ ଟା ଠାରୁ ବେଲଗୁଣ୍ଠା ସହରର ସଂଯୋଗ କରୁଥିବା ବିଭିନ୍ନ ଛକ ଅବରୋଧ କରାଯାଇଥିଲା । ପିକେଟିଂ କରାଯାଇ ଦୋକାନ ବଜାର ଓ ସରକାରୀ ବେସରକାରୀ ଅଫିସ ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା । ବେଲଗୁଣ୍ଠା ବଣିକ ସଂଘ, ପରିବା ବ୍ୟବସାୟୀ ସଂଘ, କବିସମ୍ରାଟ ଅଟୋ ଆସୋସିଏସନ୍ ପ୍ରଭୃତି ଏହି ବନ୍ଦ ର ନେତୃତ୍ୱ ନେଇଥିବାରୁ ଦୋକାନବଜାର ସ୍ଵତଃ ବନ୍ଦ ହୋଇଯାଇଥିଲା ।
ଗୋବରା ମୁଖ୍ୟ ରାସ୍ତାରେ ସମିତି ସଭ୍ୟ ବିଭୁପାଦ ଜେନା, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଲେଙ୍କା, ମା ବୁଢ଼ାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ଗୋବରା ବଣିକ ସଂଘ ସଭାପତି ଭି. ଦିଲ୍ଲୀପ କୁମାର ରାଜୁ, କୁଞ୍ଜବିହାରୀ ନାୟକଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଇଥିଲା l ଫଳରେ ବହୁ ଯାନବାହାନ ସହର ବାହାରେ ଅଟକି ରହିଥିଲା । ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହାନ ଗୁଡ଼ିକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ଓ ସେକେଣ୍ଡ ଅଫିସର ଅଭୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।
ପ୍ରକାଶ ଥାଉ କି ଭଞ୍ଜନଗର ସହରରୁ ବାହାରିଥିବା ବିଭିନ୍ନ ପଥ ଯଥାକ୍ରମେ ବେଲଗୁଣ୍ଠା ସହର ଦେଇ ଭୁବନେଶ୍ୱର ଯିବା ପାଇଁ, ଗୋବରା ସହର ଦେଇ ବ୍ରହ୍ମପୁର ଯିବା ପାଇଁ ବ୍ୟବହାର କରାଯାଏ । ଉଭୟ ସ୍ଥାନରେ ବନ୍ଦ ପାଳନ ଯୋଗୁଁ ଭଞ୍ଜନଗର ସହର ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ଫଳ ସ୍ୱରୂପ ବ୍ରହ୍ମପୁରରୁ ଭଞ୍ଜନଗର ସହର ଦେଇ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସହର ଯଥା ଫୁଲବାଣୀ ଓ ବାଲିଗୁଡା ଯିବା ଆସିବା ଠପ୍ ହୋଇଯାଇଥିଲା । ସେହିପରି ନୟାଗଡ଼ ର ଦଶପଲ୍ଲା ରୁ ବ୍ରହ୍ମପୁର ଯାଉଥିବା ଯାନବାହାନ ମଧ୍ୟ ଗୋବରା ବନ୍ଦ ଯୋଗୁଁ ପ୍ରଭାବିତ ହୋଇଥିଲା । ସେହିପରି ବେଲଗୁଣ୍ଠା ଦେଇ ଭାୟା ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ା ଦେଇ ଯାଉଥିବା ଯାନବାହାନ ପ୍ରଭାବିତ ହୋଇଥିଲେ ।
ଦୀର୍ଘ ତିନି ଦଶନ୍ଧି ଧରି ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଘୋଷଣା ନେଇ ଦାବି ହେଉଛି । ଜିଲ୍ଲା ଗଠନ ନେଇ ଘୁମୁସର ଅଞ୍ଚଳ ସମସ୍ତ ପ୍ରକାର ମାନଦଣ୍ଡ ପୂରଣ କରୁଛି । ଏଥି ନିମନ୍ତେ ‘ଘୁମୁସର ଜିଲ୍ଲା’ ଅଞ୍ଚଳବାସୀଙ୍କ ଏକ ନ୍ୟାର୍ଯ୍ୟ ଦାବି ହୋଇଗଲାଣି ।
ଆଜିର ଏହି ଆନ୍ଦୋଳନରେ ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ସେବା ସଂଗଠନ ସଦସ୍ୟ ତଥା ଓଡ଼ିଶା ଟୁଡେ ନ୍ୟୁଜ୍ ହେଡ୍ ବବି ରଥ ଙ୍କ ସହ ଘୁମୁସର ସେବା ସଂଗଠନର ଅନ୍ୟାନ୍ୟ ସଦସ୍ୟ, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରବି ସାମନ୍ତରା, ଘୁମୁସର ବାହିନୀର ସଦସ୍ୟ ନଚିକେତା ପଧାନ, ବିଶମ୍ବର ଜେନା, ଅରକ୍ଷିତ ପରିଚ୍ଛା ଓ ଅନ୍ୟ ସଦସ୍ୟ, ରୋଟାରୀ କ୍ଲବ ସହକାରୀ ପ୍ରାନ୍ତପାଳ ଭି .ଦେବୀ ପ୍ରସାଦ ପାତ୍ର, ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ, ସାଇ ଆଇ.ଟି.ଆଇ. ଅଧ୍ୟକ୍ଷ ମଧସୁଦନ ମହାପାତ୍ର, ବେଲଗୁଣ୍ଠା ପୂର୍ବତନ ଉପ- ନଗରପାଳ ପ୍ରଶାନ୍ତ କୁମାର ସାହୁ, ନିଖିଳ ଉତ୍କଳ ଖଡୁରା ସଂଘ ବେଲଗୁଣ୍ଠା ସଭାପତି ସୁରେନ୍ଦ୍ର କୁମାର ନାୟକ, ପରିବା ବ୍ୟବସାୟୀ ସଂଘ ସଭାପତି ବୁଲୁ ବିଶ୍ଵାଳ, ପ୍ରଶାନ୍ତ ପଣ୍ଡା, ଘମୁସର ମଧୁ ବୈଶ୍ୟ ବେହେରା ସନ୍ତୋଷ କୁମାର ସାହୁ, ମାଁ ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ଉପ ସଭାପତି ନିଲୁ ପାତ୍ର, ବେଲଗୁଣ୍ଠା ପ୍ରେସ କ୍ଲବ ଉପ-ସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥୀ, ସୁଶାନ୍ତ କୁମାର ବେହରା, ଚନ୍ଦନ କୁମାର ସାହୁ, ନାରାୟଣ ପଣ୍ଡା, ଶିବରାମ ଚୌଧୁରୀ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ମନୋରଞ୍ଜନ ମହାରଣା, ପ୍ରଦୀପ କୁମାର ଚୌଧୁରୀ, ତୋଫାନ କୁମାର ସାହୁ ଓ ଯୁବ ସଂଗଠକ କାଶୀନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନ ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ପାଳନରେ ସହଯୋଗ କରିଥଲେ ।