
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୧୧ଟା ୩୦ ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ଏପ୍ରିଲ ମାସ ୨୧ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେତେବେଳେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ।
ସୂଚନାନୁଯାୟୀ, ଶିକ୍ଷାମନ୍ତ୍ରୀ ଆଜି ସିବିଏସଇ, ଆଇସିଏସି ସମେତ ବହୁ ଷ୍ଟେଟ୍ ବୋଡ୍ ଏବଂ ଦ୍ଵାଦଶ ପରୀକ୍ଷା ଉପରେ ନିଷ୍ପତ୍ତି ଶୁଣାଇଥାନ୍ତେ। ଗତ ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ମାମଲା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏପରିକି ସବୁ ରାଜ୍ୟ ଗୁଡିକୁ ନିଜ ନିଜ ଉତ୍ତର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଏକ ସପ୍ତାହ ସମୟ ଦେଇଥିଲେ।