
କଟକ : ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ବାହା ହେଲେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ(ଡାନି) ଅଭିନେତ୍ରୀ ଝିଲିକ୍ ବିବାହ କରିଥିବା ନେଇ କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ଏଥିରେ ଝିଲିକ୍ ବାହାଘର ସମୟର ଏକ ଫଟୋ ଶେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ। ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି।
ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡାନି)ଙ୍କ ସହ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । କିଛି ଦିନ ତଳେ ରାଜଧାନୀର କୌଣସି ଏକ ସ୍ଥାନରେ ସେମାନଙ୍କ ନିର୍ବନ୍ଧ ହୋଇଥିବା ବୋଲି ଜୋର୍ସୋର୍ରେ ଚର୍ଚ୍ଚା ହୋଇଥିଲା।
ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ଆଜି ଝିଲିକ୍ ତାଙ୍କ ଆକାଣ୍ଟରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି।