
ବ୍ରହ୍ମପୁର : ବ୍ରହ୍ମପୁରରେ ବସରେ କରେଣ୍ଟ ଲାଗି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଆଉ ଜଣେ ମୃତକ ହେଲେ ହେଲେ ୟୁ. ଦେବରାଜ। ତାଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅନ୍ୟ ମୃତକମାନେ ହେଲେ ବି. ଇରମ୍ମା ରେଡ୍ଡୀ (୩୮), ବି. ଅଚିମ୍ମା (୬୫), କେ. ସନ୍ଧ୍ୟା (୩୫), କାମରାଜୁ ରେଡ୍ଡୀ (୬୫), ବି ମୋହିନୀ (୪୦), ବି ରମେୟା (୫୫), ତୁଲାସାମା (୩୭), ସନ୍ତୋଷିନୀ ସାହୁ (୧୫), ତରଣ୍ୟା ରେଡ୍ଡୀ ଓ ୟୁ ଦେବରାଜ।
ସୂଚନାଯୋଗ୍ୟ, ଏକ ନିର୍ବନ୍ଧ କାର୍ଯ୍ୟକ୍ରମ ସାରି ବସରେ ଫେରୁଥିବା ବେଳେ ବସଟି ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ପ୍ରଥମେ ୮ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା। ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା। ଯାହା ଏବେ ୧୦ ଛୁଇଁଛି।