
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।
ଓଡ଼ିଶାରେ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି କହିଛନ୍ତି ପିସିସି ସଭାପତି। ତେବେ ବନ୍ଦ ପାଳନ ବେଳେ ପରୀକ୍ଷାର୍ଥୀ, କ୍ଷୀର ଗାଡ଼ି, ଔଷଧ ଦୋକାନକୁ ବାଦ୍ ଦିଆଯିବ ବୋଲି AITUC ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, ମୋଦି ସରକାର ଆଣିଥିବା ଶ୍ରମିକ ନୀତିକୁ ଶ୍ରମିକ ସଂଗଠନ ବିରୋଧ କରୁଛି। ଏନେଇ କିଛି ଦିନ ତଳେ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ପ୍ରତିନିଧି ଦଳ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟିଥିଲେ। ହେଲେ ଏହି ବୈଠକରେ କୌଣସି ସୁଫଳ ମିଳିନାହିଁ। ତେଣୁ ୧୦ରୁ ଅଧିକ ଟ୍ରେଡ ୟୁନିଅନ ପକ୍ଷରୁ ଏଭଳି ଚକା ଜାମ ଆନ୍ଦୋଳନ ଡାକରା ଦିଆଯାଇଛି। ଫଳରେ ଏହି ଦିନ ବସ୍, ଟ୍ରେନ ଓ ଅଟୋ ଚଳାଚଳ ବନ୍ଦ ରହିବାର ଆଶଙ୍କା ପ୍ରକାଶ ପାଇଛି।