ଦିନରେ ବେପାରୀ – ରାତିରେ ଚୋରି , ଗଞ୍ଜାମ ସହରରେ ବଡ଼ ଧରଣ ଚୋରି ଉଦ୍ୟମ ପଣ୍ଡ, ୪ ଜଣଙ୍କୁ କାବୁ କଲା ପୋଲିସ ।

ଗଞ୍ଜାମ : ୦୭.୦୫.୨୫

(ମିଥୁନ ବାରିକ୍)

ଗଞ୍ଜାମ: ଗଞ୍ଜାମ ସହରର ବଡ଼ ବଜ଼ାର ସ୍ଥିତ ଶ୍ରଦ୍ଧାଜୁଏଲର୍ସରୁ ବଡ଼ ଧରଣର ଚୋରି ଉଦ୍ୟମକୁ ପୋଲିସ ପଣ୍ଡ କରିଛି । ରାତ୍ର ପ୍ରାୟ ଦୁଇ ଘଣ୍ଟ ସମୟରେ ଆଠ ଜଣ ଚୋର ଗ୍ରିଲ ଭାଙ୍ଗି -ସଟର ଲକ ଥିବା ବେଳେ
ତାକୁ ଶାବଳରେ ତାଡ଼ୁ ଥିବା ବେଳେ ଶବ୍ଦ ଶୁଣି ଶ୍ରଦ୍ଧାଜୁଏଲର୍ସର ପ୍ରୋପାଇଟର ଲିଣ୍ଟୁ ସୁବୁଦ୍ଧି ଙ୍କ ବାପା ଗୌରଙ୍ଗ ସୁବୁଦ୍ଧି ପାଟି କରିବା ସହ ପୁଅ ଲିଣ୍ଟୁ କୁ ଜଣା ଇଥିଲେ । ଏନେଇ ପୁଅ ଲିଣ୍ଟୁ ଫୋନ୍ ଯୋଗେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କୁ ଜଣାଇବା ମାତ୍ରେ, ଜୟଶ୍ରୀ ଛକ ରେ ପେଟ୍ରୋଲିଙ୍ଗ କରୁଥିବା ରେ ଥିବା ଆଇଆଇସି ପାତ୍ର ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ଥିଲେ l ଦୁଇଟି ଟିମ କରି ଗୋଟିଏ ଟିମ କୁ ହୁମ୍ମା ଅଭିମୁଖେ
ଜାତୀୟ ରାଜପଥର (୧୬) ହୁମ୍ମା ଅଭିମୁଖେ ଯାଇଥିବା ବେଳେ, ନିଜେ ଆଇଆଈସି ଛତ୍ରପୁର ଅଭିମୁଖେ ବାହାରିଥିଲେ l ଏହି ସମୟରେ ତିନି ଜଣ ବ୍ୟକ୍ତି ଗଞ୍ଜାମ ଋଷିକୂଲ୍ୟ ବ୍ରିଜରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ଗାଡିକୁ ଦେଖି ଦୌଡ଼ି ବ୍ରିଜଶେଷରେ ଏକ ଲଟା ବୁଦା ମୂଳେ ଲୁଚି ପଡ଼ିଥିଲେ l
ସମାନଙ୍କୁ ଖୋଜି ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ସକାଳେ ସେହି ବୁଦା ଜଙ୍ଗଲ ରୁ ଲୁଚି ପଳାଇବାରେ ସଫଳ ହୋଇ ଥିବା ଅନ୍ୟ ଦୁଇ ଜଣ ଏକ ଅଟୋରେ ପଳାଇବା ପଳାଉଥିବା ବେଳେ ତାଙ୍କୁ କାବୁ କରିଥିଲେ lଅନ୍ୟପଟେ ଲୁଟିବାକୁ ଆସିଥିବା ଚୋରଦଳକୁ ଫିଲ୍ମ ଷ୍ଟାଇଲରେ କାବୁ କରିଥିବା ଦେଖାଯାଇଛି l ଯାହା ପୋଲିସ ପାଇଁ ବଡ଼ ସଫଳତା lଏହିଅଭିଯୁକ୍ତ ମାନେ ମଧ୍ୟପ୍ରଦେଶ ରୁ ଆସି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଓଡା ସାହି, ଗୋକନ ପୁର ଅଞ୍ଚଳରେ ହେଉଥିବା ଠାକୁରାଣୀ ଯାତ୍ରା ରେ ଏହି ଅଭିଯୁକ୍ତଙ୍କ ପତ୍ନୀ ଓ ପରିବାର ବେଲୁନ ବିକ୍ରିକରୁଛନ୍ତି କିନ୍ତୁ ପୁରୁଷମାନେ ବିକ୍ରିସ୍ଥାନ ଠାରୁ ୫୦ ରୁ ୬୦ କିଲୋମିଟର ଆସି ଚୋରିକରନ୍ତି l ଏହିଅଭିଯୁକ୍ତ ମାନେ ଦିଗପହଣ୍ଡି ଠାକୁରାଣୀ ଯାତ୍ରା ସ୍ଥଳରୁ ରୁ ଟେମ୍ପୁଯୋଗେ ଆସି ଗଞ୍ଜାମ ଶନିମନ୍ଦିର ନିକଟ ଷୋଳନମ୍ବର ଜାତୀୟ ରାଜପଥରେ ଓଲ୍ଲାହିଁ ଥିଲେ l ପରେ ଶନିମନ୍ଦିର ରେ ପୂଜା କରି ଶ୍ରଦ୍ଧା ଜୁଏଲର୍ସ ନିକଟକୁ ଆସି ଥିଲେ l ସେମାନେ ବିଭିନ୍ନ ଯାନିଯାତ୍ର ରେ ରେ ବେଲୁନୁ ବିକ୍ରିକରି ପେଟପୋଶୁ ଥିବା ବେକେ, ରାତିରେ ଚୋରି କରନ୍ତି l ଛତ୍ରପୁର ଏସଡିପିଓ-ଚନ୍ଦନ ଘଡେଇ ଓ ଦିଗପହଣ୍ଡି ଏସଡିଓ ଓ ଗଞ୍ଜାମ ଆଇଆଇସି ପାତ୍ର କାବୁ କରିଥିବା ଚୋର ଙ୍କୁ ନେଇଦିଗପହଣ୍ଡି ଯାଇ ତଦନ୍ତ କରିଥିଲେ l ପରେ ସେମାଙ୍କୁ କେଶ ନମ୍ବର ୧୪୨/୨୫ ମକୋଦମା ରୁଜୁ କରା ଯାଇ ଗିରିଫ କରି କୋର୍ଟ ଚଲାଣ କରା ଯାଇଛି lଗିରିଫ ବ୍ୟକ୍ତି ମାନେ ହେଲେ,
ଅରବିନ୍ଦ ପାରଧି (୨୭),ରୋହିତ ପାରଧି (୨୧),ବିଜୟ କମଲକାର( ୪୦),
ଲାଜନି ପିମ୍ଫି (୨୨) l ଏମାନଙ୍କ ଘର ମଧପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳର ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।ସେମାନଙ୍କ ଠାରୁ
ମୋବଇଲ ୭ଟା, ରୁପା କିରଟି-୨ଟା,,
ସୁନା -ଖଡୁ-୮ହଳ, ମୁଦି ୨ ଟି, କାନଫୁଲ ୩ହଳ, ପିତଳ ଗ୍ଲାସ ୨ଟା, ଢାଳ, ମାକ୍ସ ୩ଟା, ସ୍କୃ ଡ୍ରାଇଭର ୩ଟା, କଟର ଗୋଟେ ପୋଲିସ ସେମାନଙ୍କ ଠାରୁ ଜବତ ହୋଇଥିବା ଏବଂ ଅନ୍ୟାନ କେଶରେ ସମୃକ୍ତ ଥିବା ଗଞ୍ଜାମ ଥାନା ପକ୍ଷରୁ କୁହା ଯାଇଛି l ଏଥିରେ ଏସଆଈ ଅନିରୁଦ୍ଧ ସ୍ୱାଇଁ,ଏଏସଆଈ ସୁପ୍ରଭା ସାହୁ,ଅନ୍ତନରାଓ ଙ୍କ ସହ ଅନ୍ୟ ମାନେ ଏହି ଟିମରେ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *