
ଚଣ୍ଡିଖୋଲ ୩/୫(କବ୍ୟୁ) ଓଡ଼ିଶାର ଅଗ୍ରଣୀ ଶ୍ରମ ସଙ୍ଗଠନ ସମାଜ ବିକାସ କର୍ମଜୀବୀ ଶ୍ରମିକ ସଂଘ ପକ୍ଷର ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ,ଯୋଗଦେଇ ସାମାଜିକ ସୁରକ୍ଷା କୁ ସାର୍ବଜନୀନ କରିବା ସହିତ ସମସ୍ତ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ମାସିକ ୩୦୦୦ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାପାଇଁ ଦାବୀ କରିଥିଲେ। ମୁଖବକ୍ତା ଭାବେ ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସର୍ବନିମ୍ନ ମଜୁରୀ ସମାନ କରିବାକୁ ଦାବୀ କରିଥିଲେ।ସମ୍ମାନିତ ଅତିଥି ଭାବେ ସମାଜ ସେବୀ ମାନସ ଜେନା ବିଭିନ୍ନ ସାମାଜିକ ଅସମାନତା ଦୂର କରି ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା କୁ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସୁଙ୍ଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ଵାଇଁ ଯୋଗଦେଇ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ସରକାର ଙ୍କରବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଶ୍ରମିକ ସଂଘ ଗୁଡ଼ିକର ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଦିପ, ପବନେଶ୍ୱର ଜେନା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ସଂଗଠନର ସମ୍ପାଦକ ରମେଶ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସଫଳ ରାଜମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ସମାଜ ସେବୀ,ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷରେ କାର୍ତ୍ତିକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଭିଷେକ ମଲ୍ଲିକ, ସ୍ଥିତିପ୍ରଜ୍ଞା ବାରିକ, ଶ୍ୟାମ ସୁନ୍ଦର ମଲ୍ଲିକ, ପ୍ରମୁଖ ସହଯୋଗ କରିଥିଲେ।ଏହି ସଭାରେ ଓଡ଼ିଶାର ୧୫ଟି ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗ ଦେଇଥିଲେ।