ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତକାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ କ୍ଷେତ୍ର ପରିଦର୍ଶନ

ବାରିପଦା (କ:ବ୍ଯୁ) ତା ୨୫-୦୪-୨୦୨୫ ରିଖ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନରେ କ୍ଷେତ୍ର ପରିଦର୍ଶନରେ ବିଭିନ୍ନ ସ୍ଥାନକୁ ଯାଇ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ସରକାରୀ ଯୋଜନାର ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ସମୀକ୍ଷା କରିଥିଲେ।

ଏହି କ୍ଷେତ୍ର ପରିଦର୍ଶନ କ୍ରମରେ ଆଜି ଶ୍ରୀ ବଶିଷ୍ଠ ପ୍ରଥମେ ବେତନଟୀ ବ୍ଲକ ଅଧିନସ୍ଥ ଅସ୍ତପୁରାର କୈଳାଶ ହେଚେରୀ ଠାରେ ମାଛ ଜାଆଁଳ ୟୁନିଟକୁ ପରିଦର୍ଶନରେ ଯାଇ ଏହାର ଅନୁଧ୍ୟାନ କରିଥିଲେ, ଏହାପରେ ସେଠାରୁ ବେତନଟୀ ବ୍ଲକ ର ଭଗବତୀପୁର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ଏହାପରେ ଶମାଖୁଣ୍ଟା ବ୍ଲକ ର ଗୁଣ୍ଡିହୁଡି ଗୋଶାଳା ପରିଦର୍ଶନ କରିଥିଲେ। ସେଠାରୁ ବଡ଼ସାହି ଏବଂ ଗୋପବନ୍ଧୁ ନଗର ଯାଇ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ସ୍ଥିତି ଅନୁଧ୍ୟାନ କରିଥିଲେ ଏହାପରେ ଉଦଳା ଏନ ଏ ସି ର ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟେପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଅନୁଧ୍ୟାନ କରିଥିଲେ। ସେଠାରୁ ଉଦଳା ବ୍ଲକ ର ରାଢ଼ ଗ୍ରାମକୁ ଯାଇ ମତ୍ସ୍ୟ ଚାଷ ପ୍ରକଳ୍ପକୁ ବୁଲି ଦେଖିଥିଲେ ଏବଂ ୨ଜଣ ମାଛ ଚାଷୀ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ଏହି କ୍ଷେତ୍ର ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ଆଜିର କ୍ଷେତ୍ର ପରିଦର୍ଶନ ପରେ ଅପରାହ୍ନ ରେ ପ୍ରମୁଖ ଶାସନ ସଚିବ ଶ୍ରୀ ବଶିଷ୍ଠ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *