
ବାରିପଦା,ଉଦଳା(କ: ବ୍ଯୁ)
୨୪/୪- ଓଡିଶା ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ପ୍ରେସ୍ ରିଲିଜରେ ଘୋଷଣା କରିଥିଲେ କି, ରାଜ୍ୟରେ ଅସହ୍ୟ ଗରମ ଏବଂ ଗୁଳୁଗୁଳି ପାଇଁ ବିଦ୍ୟୁତ୍ କାଟ ହେବନାହିଁ । କିନ୍ତୁ ମନ୍ତ୍ରୀ କହିବା ପରେ ଉଦଳା ବିଦ୍ୟୁତ୍ ଡିଭିଜନ୍ରେ ତା’ର ଓଲଟା କାର୍ଯ୍ୟ ହେଉଅଛି, ଦିନକୁ ୩/୪ ଘଂଟା ଅଘୋଷିତ ବିଦ୍ୟୁତ୍ କାଟ ହବାର ପରିଲକ୍ଷିତ ହେଉଅଛି । ଏହାର ବିରୋଧରେ ଉଦଳା ବିଜୁ ଜନତା ଦଳ କାଯ୍ୟାଳୟରେ ପୂର୍ବତନ ବିଧାୟକ ଶ୍ରୀ ନାଥ ସୋରେନ ଏକ ସାମ୍ବାଦିକ ସମ୍ମିଳନୀ କରି ଡବଲ ଇଞ୍ଜିନ ସରକାରକୁ ଘୋର ନିନ୍ଦା କରିଛନ୍ତି । ତିନିଗୋଟି ବ୍ଲକ ଏବଂ ଗୋଟିଏ ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଆମ ଉପଖଣ୍ଡ ତଥା ଉଦଳା,କପ୍ତିପଦା,ଖୁଟା,ଗୋପବନ୍ଧୁ ନଗର ଏବଂ ଉଦଳା
ଏନ:ଏ:ସି: ଉଦଳା ଠାରେ ସବ୍ଡିଭିଜନ ଡାକ୍ତରଖାନା ରହିଅଛି । ଶହ ଶହ ରୋଗୀ ଏଠାରେ ରହୁଛନ୍ତି । ବାରମ୍ବାର
ବିଦ୍ୟୁତ କାଟ ହବାଫଳରେ ରୋଗୀମାନେ ଗରମରେ ନାହିଁ ନଥୁବା ଅବସ୍ଥା ଭୋଗୁଛନ୍ତି । ବଜାର ସହର ଜନତା ଠାରୁ ଆରମ୍ଭ କରି ଗ୍ରାମାଂଚଳର ଲୋକମାନେ ବିଦ୍ୟୁତ କାଟ ହବା ଫଳରେ ତ୍ରାହି,ତ୍ରାହି ଡାକିଲେଣି। ଯଦି ବିଭାଗର ଏଭଳି ବେପରୁଆ ମନୋଭାବ ରୁହେ,ତାହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ବିଦ୍ୟୁତ ବିଭାଗକୁ ଅଚଳ କରିବୁ ବୋଲି ଶ୍ରୀ ସୋରେନ ସାମ୍ବାଦିକ ମାଧ୍ୟମରେ ଚରମବାଣି ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ବନମାଳି ବେହେରା,ଅମିୟ କୁମାର ବଳ,ଗୋବିନ୍ଦ ଚନ୍ଦ୍ର ନାୟକ,ଅରୁଣ କୁମାର ନାଏକ,କପ୍ତିପଦା ବ୍ଲକ ଯୁବନେତା ବିଣାକର ମହାପାତ୍ର, ଆଶିଶୁଦାସ,ଶଶଧର ସାଇଁ ଏବଂ ଭବାନୀ ଶଙ୍କର ମହାନ୍ତ,ପ୍ରତାପ ବେହେରା,ସୁରେଶ ବିନ୍ଧାଣୀ,ନାଲାରାମ ସୋରେନ ଓ ଅନ୍ୟମାନେ ଯୋଗଦେଇ ଡବଲ ଇଞ୍ଜିନ ସରକାର ବିଦ୍ୟୁତ ବିଭାଗରେ ସଂପୂର୍ଣ ଫେଲ୍ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)