ଗଞ୍ଜାମ ଜିଲ୍ଲାର ଡିଇଓ ଓ ଏଡିଇଓ ପଦବୀ ନିଯୁକ୍ତକୁ ଶିକ୍ଷା ବଞ୍ଚାଅ ଅଭିଯାନର ସ୍ବାଗତ।

ବ୍ରହ୍ମପୁର, 8/4
ଗଞ୍ଜାମ ରାଜ୍ୟର ବୃହତ୍ତର ଜିଲ୍ଲା। ଏହି ଜିଲ୍ଲାର ସ୍କୁଲ ଶିକ୍ଷା ବ୍ଯବସ୍ଥାରେ ଗତ କିଛି ମାସ ଧରି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇ ଏକ ପ୍ରକାର ଠପ୍ ହୋଇଯାଇଥିଲା।ଇତି ମଧ୍ଯରେ ମାଟ୍ରିକ ପରୀକ୍ଷା,ମାଟ୍ରିକ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମୂଲ୍ୟାୟନ, ପ୍ରଶ୍ନ ପତ୍ର ଯୋଗାଣରେ ତୃଟି ସମେତ ଶିକ୍ଷକ ମାନଙ୍କର ବଦଳୀ ପ୍ରଭୃତି ସମସ୍ୟା ସୃଷ୍ଟି ହୋଇଛି।ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଡିଇଓ ଓ ଏଡିଇଓ ପଦବୀ ଶୂନ୍ଯ ପଡିରହିଥିବା ପରିପ୍ରେକ୍ଷୀରେ ବହୁବିଧ ସମସ୍ୟା ସୃଷ୍ଟି ହୋଇ ଛି।ଗଞ୍ଜାମ ଜିଲ୍ଲା ଶିକ୍ଷା ଲିଖିତ ଅଭିଯୋଗ କରାଯାଇ ବିଭିନ୍ନ ପତ୍ର ପତ୍ରିକାରେ ଅସନ୍ତୋଷ ପ୍ରକାଶ କରାଯାଇ ଆନ୍ଦୋଳନ କରିବା ପାଇଁ ଚେତାବନି ଦିଆଯାଇଥିଲା।ଗତ 7 ତାରିଖରେ ରାଜ୍ଯ ସରକାର ଜିଲ୍ଲାର ସମସ୍ୟା ଉପଲବ୍ଧ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ନମ୍ବର 10109 ଜରିଆରେ ଡିଇଓ ପଦବୀରେ କେନ୍ଦୁଝର ଜିଲ୍ଲାର ଡିଇଓ ଅଜୟ କୁମାର ପାତ୍ରଙ୍କୁ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଡଃ ପ୍ରଭାତି ମହାପାତ୍ର, ଏସ୍.ଗିରିଧର, ଏସ୍.ଧନଞ୍ଜୟ ଏବଂ ବସନ୍ତ କୁମାର ପଣ୍ଡାଙ୍କୁ ଏଡିଇଓ ରୂପେ ନିଯୁକ୍ତି ଦେଇଛନ୍ତି।ନବ ନିଯୁକ୍ତ ଡିଇଓ ଏହି ଜିଲ୍ଲା ପାଇଁ ନୂଆଁ ହୋଇଥିବା ବେଳେ 4 ନବନିଯୁକ୍ତ ଏଡିଇଓ ଜିଲ୍ଲାର ଶିକ୍ଷା ବ୍ଯବସ୍ଥାର ସ୍ଥିତି ଉପରେ ସଚେତନ ଅଛନ୍ତି ଏବଂ ନିଜ ନିଜର ଅଭିଜ୍ଞତା ଏବଂ ଅନୁଭୂତି ଉପଯୋଗ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସଙ୍ଗେ ସଙ୍ଗେ ଡିଇଓ ଅଫିସରୁ ଦୁର୍ନୀତୀ ଲୋପକରି ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ଡିଇଓଙ୍କୁ ଠିକ୍ ପରାମର୍ଶ ଦେବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ,ସାଧାରଣ ସମ୍ପାଦକ ତଥା ଓଷ୍ଟାର ପୂର୍ବତନ ଗଂଜାମ ଜିଲ୍ଲା ସଂପାଦକ କାମରାଜୁ ମହାରଣାଙ୍କ ସମେତ କାର୍ଯ୍ଯକାରୀ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ଉପସଭାପତି ଶ୍ଯାମସୁନ୍ଦର ଖାଡ଼ଙ୍ଗା,ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ, ସାମ୍ବାଦିକ ରଞ୍ଜନ କୁମାର ସାହୁ,ସମାଜ ସେବୀ ମାନସ ରଞ୍ଜନ ତ୍ରିପାଠୀ,ରାମକୃଷ୍ଣ ପାତ୍ର, ସଂପାଦକ ସୁସାନ୍ତ କର ପ୍ରମୁଖ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସନ୍ତୁଳନ ଆଣିବାରେ ଜିଲ୍ଲା ଶିକ୍ଷା ଅଭିଯାନ ସମସ୍ତ ସହଯୋଗ କରିବ ବୋଲି ଅଭିଯାନ ପ୍ରସ୍ତୁତ ଥିବା ବିଷୟ ଉକ୍ତ ବିବୃତିରେ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *