


ତାଳଚେର : ଦିଲୀପ କୁମାର ଚୋପଦାର ) : ଓଡିଶା ଦିବସ ପାଇଁ ସମଗ୍ର ରାଜ୍ୟ ଚଳ ଚଞ୍ଚଳ, ସବୁଠି ଉତ୍ସବ ର ମାହୋଲ, କିନ୍ତୁ ଓଡିଶା ପ୍ରଦେଶ ଗଠନ ର ଯେଉଁମାନେ ମୁଖ୍ୟ ପୁରୋଧା ଥିଲେ , ଯେଉଁ ମାନଙ୍କ ପାଇଁ ଆଜି ଆମେ ଓଡ଼ିଆ କହି ପାରୁଛେ, ଆମ ରାଜ୍ୟ ଓଡିଶା ପ୍ରଦେଶ ଗଠନ ହୋଇଛି ସେମାନଙ୍କୁ ସଠିକ ସମ୍ମାନ ଆମେ ଦେଇ ପାରୁଛେ ନା ନାହିଁ ଆଜି ପ୍ରଶ୍ନବାଚି ସୃଷ୍ଟି କରିଛି |କୋଇଲା ନଗରୀ ତାଳଚେର ଦେଉଳବେଡା ସ୍ଥିତ ଡିସିଆଇ କ୍ଲବ ଠାରେ ପ୍ରଶାସନ ତରଫରୁ ଓଡିଶା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଦେଖି ଲୋକେ କହୁଛନ୍ତି ଯେ, କିସ ପୁଣି ଦେଖା ନ ଯାଏ ମହିରେ ।।ଲାଇଟ୍,ସାଉଣ୍ଡ,ଏଙ୍କରିଗ ,ଫଟୋ , ଭିଡ଼ିଓ, ସବୁଥିରେ ସରକାରୀ ଟଙ୍କା ଉଡ଼ାଇ ଉଦ୍ୟୋକ୍ତା ,ଅତିଥି ଙ୍କୁ ଫୁଲତୋଡ଼ା ର ସମ୍ଭାର କିନ୍ତୁ ସେହି କ୍ଲବ ପରିସରରେ ଉତ୍କଳ ମଣି ଗୋପବନ୍ଧୁ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କର ପ୍ରତିମୂର୍ତ୍ତି ରହିଛି ତେବେ ସେହି ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାତ ଦୂରର କଥା ପ୍ରତିମୂର୍ତ୍ତି ସମ୍ପୂର୍ଣ ଭାବେ ଅପରିଷ୍କାର ଭାବେ ପଡି ରହିଥିବାର ଦେଖିବାକୁ ମିଳିଥିଲା |ସନ୍ଧ୍ୟାରେ ଖବର ପାଇ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉକ୍ତ ସ୍ଥାନକୁ ଯାଇ ଉଭୟ ପ୍ରତିମୂର୍ତ୍ତି କୁ ସଫା କରିବା ସହ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ |ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି କେଉଁ କେଉଁ ସ୍ଥାନରେ ଅଛି ତାର ସୁଚି ତିଆରି କରି ବର୍ଷକୁ ଯେଉଁ କେତୋଟି ଦିନ ମାଲ୍ୟାର୍ପଣ କରାଯିବା କଥା ତାକୁ ଦାୟିତ୍ୱ ର ସହ ପରିଷ୍କାର କରିବାକୁ ଶ୍ରୀ ବାରିକ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି |ଡିସିଆଇ ପରିସରରେ ଶ୍ରୀବାରିକ ଙ୍କ. ସମେତ ଶୋଭାଗିନୀ ଦାସ, ବିଜେପି ନେତା ଜଗଦୀଶ ମିଶ୍ର, ସୋମନାଥ ବେହେରା, ଭଜମନ ସାହୁ, ସୁନୀଲ ପଟ୍ଟନାୟକ, ଅନିମେଷ ସିଂହ, ଦିପେନ୍ଦ୍ର ସିଂହ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |