ନୟାଗଡ : ନୟାଗଡ ଜ଼ିଲ୍ଲା ଓକିଲ ସଂଘ ନିର୍ବାଚନ ହୋଇଯାଇଛି। ଜ଼ିଲ୍ଲା କୋର୍ଟ ର ସଭାପତି ଭାବେ ରଂଜିତ ଦାସ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ସନ୍ତୋଷ କୁମାର ରାଉତରାୟ, ସେକ୍ରେଟାରୀ ସ୍ବଦେଶ ମିଶ୍ର, ଉପ ସେକ୍ରେଟାରୀ ଆଶୁତୋଷ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ନୟାଗଡ ଜ଼ିଲ୍ଲା ଓକିଲ ସଂଘ ର ସଭାପତି କହିଛନ୍ତି ଜ଼ିଲ୍ଲା ରେ ଭିଜିଲାନ୍ସ କୋର୍ଟ ସ୍ଥାପନ ପାଇଁ ଗୁରୁତ୍ୱ ନେବେ। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ରେ ନୟାଗଡ ଜ଼ିଲ୍ଲା ରୁ ଶହ ଶହ ଭିଜିଲାନ୍ସ ମାମଲା ବିଚାରଧିନ ଅବସ୍ଥା ରେ ରହିଛି। ଜ଼ିଲ୍ଲା ର ଦେବୋତର ବିଭାଗ ର ଜମିକୁ ଅନେକ ବ୍ୟକ୍ତି ଅତିଆର କରି ରଖିଛନ୍ତି। ଏଣ୍ଡୋମେଣ୍ଟ କମିଶନର କୋର୍ଟ କରିବା ପାଇଁ ପ୍ରାଧ୍ୟାନ ଦେଇ ଆଇନିମନ୍ତ୍ରୀ ଙ୍କ ସହାୟତା ନେବାକୁ କହିଛନ୍ତି।
(ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ )